www.samajalive.in
Tuesday, December 9, 2025
16.1 C
Bhubaneswar

ଦାନ୍ତେୱାଡାରେ ଏନକାଉଣ୍ଟର, ୨ ମାଓବାଦୀ ନିହତ

ମାଲକାନଗିରି/ରାୟପୁର: ଛତିଶଗଡ଼ର ଦାନ୍ତେୱାଡ଼ା ଜିଲାରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। କିରନ୍ଦୁଲ ଥାନା ଅନ୍ତର୍ଗତ କୁଟ୍ରେମ ଗାଁ ନିକଟ ଜଙ୍ଗଲରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ଏହି ଏନକାଉଣ୍ଟରରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ତେବେ ରାତିର ସୁଯୋଗ ନେଇ ଅନେକ ମାଓବାଦୀ ଲୁଚି ପଳାଇଥିବା ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି।

 

- Advertisement -

ନିହତ ହୋଇଥିବା ୨ ମାଓବାଦୀ ହେଉଛନ୍ତି ମଲଙ୍ଗୀର ଅଞ୍ଚଳର ଲଚ୍ଛୁ ମଣ୍ଡାୱୀ ଏବଂ ପୋଦିୟା। ଏହି ଦୁଇ ମାଓବାଦୀ ଛତିଶଗଡ଼ ପୁଲିସର ୱାଣ୍ଟେଡ୍‌ ତାଲିକାରେ ଥିଲାବେଳେ ସେମାନଙ୍କ ନାମରେ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଉଭୟଙ୍କ ମୁଣ୍ଡ ପାଇଁ ପୁଲିସ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ଏନକାଉଣ୍ଟର ସ୍ଥଳରୁ କିଛି ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେଥିରୁ ଏକ ୯ ଏମଏମ ମେଡ୍‌ ଇନ୍‌ ଇଟାଲୀ ବନ୍ଧୁକ ଏବଂ ୧୨ ବୋର୍‌ ରାଇଫଲ ରହିଛି। ଆସନ୍ତା ୨୩ ତାରିଖରେ ଦାନ୍ତେୱାଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ପୁଲିସ ଏବଂ ଯବାନଙ୍କ ପକ୍ଷରୁ ମିଳିତ ଭାବେ ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଉଲ୍ଲେଖଯୋଗ୍ୟ, ମାଓବାଦୀମାନେ କିଛିଦିନ ତଳେ ସ୍ଥାନୀୟ ବିଜେପି ବିଧାୟକ ଭୀମା ମଣ୍ଡାବୀଙ୍କୁ ହତ୍ୟା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories