www.samajalive.in
Monday, December 8, 2025
27.1 C
Bhubaneswar

ଦେଶର ୨୫ ହାଇକୋର୍ଟରେ ୪୧୪ ବିଚାରପତି ପଦବୀ ଖାଲି

ନୂଆଦିଲ୍ଲୀ: ଦେଶର ୨୫ ହାଇକୋର୍ଟରେ ୪୧୪ ବିଚାରପତି ପଦବୀ ଖାଲି ପଡ଼ିଛି। ଆଇନ ମନ୍ତ୍ରଣାଳୟରୁ ଏହି ତଥ୍ୟ ମିଳିଛି। ବିଚାରପତି ଅଭାବରୁ ପୁରୁଣା ମାମଲାଗୁଡ଼ିକର ବିଚାର ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ପାଖାପାଖି ୪୩ ଲକ୍ଷରୁ ଅଧିକ ମାମଲା ଅନେକ ବର୍ଷ ଧରି ବିଚାରାଧୀନ ରହିଥିବାବେଳେ ନ୍ୟାୟିକ ପ୍ରକ୍ରିୟା ମଧ୍ୟ ବିଳମ୍ବିତ ହେଉଛି।

ଆଇନ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଦେଶରେ ରହିଥିବା ବିଭିନ୍ନ ହାଇକୋର୍ଟରେ ୧୦୭୯ଟି ସ୍ବୀକୃତିପ୍ରାପ୍ତ ବିଚାରପତି ପଦବୀ ରହିଛି। ଗତ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ମୋଟ ୪୧୪ ପଦବୀ ଖାଲି ରହିଛି। ଗତ ଅଗଷ୍ଟରେ ଖାଲିପଡ଼ିଥିବା ବିଚାରପତି ପଦବୀ ସଂଖ୍ୟା ୪୦୯ ଥିଲାବେଳେ ଜୁଲାଇରେ ୪୦୩ ଥିଲା। ସେହିପରି ଜୁନରେ ଏହି ସଂଖ୍ୟା ୩୯୯, ମେ ମାସରେ ୩୯୬, ଏପ୍ରିଲରେ ୩୯୯, ମାର୍ଚ୍ଚରେ ୩୯୪, ଫେବୃୟାରୀରେ ୪୦୦ ଏବଂ ଜାନୁୟାରୀରେ ୩୯୨ ପଦବୀ ଖାଲି ରହିଥିଲା।

- Advertisement -

୩ ସଦସ୍ୟ ବିଶିଷ୍ଟ ସୁପ୍ରିମକୋର୍ଟ କଲେଜିୟମ ହାଇକୋର୍ଟ ବିଚାରପତିଙ୍କ ପାଇଁ ଆଶାୟୀମାନଙ୍କ ନାମ ସୁପାରିସ କରିଥାଏ। ସୁପ୍ରିମକୋର୍ଟରେ ନିଯୁକ୍ତି ଲାଗି ୫ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ବିଚାରପତିଙ୍କ ନାମ ସୁପାରିସ୍‌ କରିଥାନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories