www.samajalive.in
Monday, December 8, 2025
24.1 C
Bhubaneswar

ଇସ୍ପାତ ଶିଳ୍ପର ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୈଠକ

ନୂଆଦିଲ୍ଲୀ/ଭୁବନେଶ୍ୱର:ଇସ୍ପାତ ଶିଳ୍ପକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସମର୍ଥନ ଓ ସହଯୋଗ ଦିଆଯିବ ବୋଲି ପାଞ୍ଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତ ସାରି ସ୍ୱଦେଶ ଫେରିବା ପରେ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଇସ୍ପାତ ଶିଳ୍ପର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉକ୍ତ ବୈଠକରେ ଇସ୍ପାତ ଶିଳ୍ପର ବିଭିନ୍ନ ସମ୍ଭାବନା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଶିଳ୍ପର ଅଧିକାରୀମାନେ ୨୦୩୦ ସୁଦ୍ଧା ୩୦୦ ମିଲିୟନ ମେଟ୍ରିକ ଟନ୍‍ ଷ୍ଟିଲ୍‍ ଉତ୍ପାଦନ ଲକ୍ଷ୍ୟକୁ ପୂରଣ କରାଯିବା ନେଇ ଆଶାବ୍ୟକ୍ତ କରିଥିଲୋ ବୈଠକରେ ଶ୍ରୀ ପ୍ରଧାନ କହିଥିଲେ ଯେ ଇସ୍ପାତ ଶିଳ୍ପ କିଛି ବର୍ଷରେ ପୂର୍ଣ୍ଣ ବିକଶିତ ହୋଇଛି। ଏକ ଦୀର୍ଘମିଆଦି ଯୋଜନାରେ କ୍ଷମତା ନିର୍ମାଣ, ଉତମ ବିଶ୍ୱାସ ଓ ଟେକ୍ନୋଲୋଜି ଆଧାରରେ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରତିଯୋଗୀତାମୂଳକ, ଉତମମାନ ସହ ସର୍ବାଧିକ ରପ୍ତାନୀ ଭାରତର ଇସ୍ପାତକୁ ବିଶ୍ୱରେ ପ୍ରତିଷ୍ଠିତ କରିପାରିବ। ଶ୍ରୀ ପ୍ରଧାନ ବୈଠକରେ ଇସ୍ପାତ୍‍ ଶିଳ୍ପକୁ ଗୁରୁତ୍ୱ ଦେବା ସହ ଏହି ଶିଳ୍ପର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ ଯେ ଅନ୍ତରାଷ୍ଟ୍ରୀୟ ବଜାରରେ ଭାରତୀୟ ଉତ୍ପାଦର ବହୁତ ଚାହିଦା ରହିଛି। ଏହାସହ ଇସ୍ପାତ୍‍ ଶିଳ୍ପର ଥିବା ବିଭିନ୍ନ ଦାବୀର ଉଚିତ୍‍ ବିଚାର କରାଯିବ ଏବଂ ଏ ସମ୍ପର୍କିତ ସମସ୍ୟାର ସମାଧାନ ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକରେ ଶିଳ୍ପର ଅଧିକାରୀମାନେ ବିଭିନ୍ନ ପ୍ରସଙ୍ଗ ଉପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ବିଶେଷ ଭାବରେ ଶିଳ୍ପ ସହ ଜଡିତ ଆର୍ଥିକ, କଂଚାମାଲର ସହଜ ଉପଲବ୍ଧତା, ମୁକ୍ତ ବ୍ୟାପାର ବୁଝାମଣା ଓ ଖଣିଜ ଅନୁବନ୍ଧ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories