www.samajalive.in
Tuesday, December 9, 2025
15.1 C
Bhubaneswar

ମୁକ୍ତିଲାଭ କଲା ‘ସେକ୍ସନ ୩୭୫’

ମୁମ୍ବଇ : ବଲିଉଡ଼ ଅଭିନେତା ଅକ୍ଷୟ ଖନ୍ନା ଓ ଋଚା ଚଢାଙ୍କ ଅଭିନୀତ ଚଳଚ୍ଚିତ୍ର ‘ସେକ୍ସନ ୩୭୫’ ଶୁକ୍ରବାର(୧୩ ସେପ୍ଟେମ୍ବର) ପରଦାକୁ ଆସିଛି। ଅଜୟ ବହଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ସମୀକ୍ଷକମାନଙ୍କଠାରୁ ଭଲ ପ୍ରତିକ୍ରିୟା ମିଳିଛି। ସେହିପରି ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ରର ଖୁବ୍‍ ପ୍ରଶଂସା ହେବା ସହ ଦର୍ଶକମାନଙ୍କୁ ମଧ୍ୟ ପସନ୍ଦ ଆସୁଥିବା ଜଣାପଡ଼ିଛି। ଅକ୍ଷୟ ଓ ଋଚାଙ୍କ ଅଭିନୟ ପ୍ରଶଂସାଯୋଗ୍ୟ ବୋଲି ଦର୍ଶକ ଓ ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଚଳଚ୍ଚିତ୍ରକୁ ୪ଷ୍ଟାର ଦେଇଛନ୍ତି।
ସୂଚନାଯୋଗ୍ୟ, ଚଳଚ୍ଚିତ୍ରରେ ଅକ୍ଷୟ ଓ ଋଚାଙ୍କ ବ୍ୟତୀତ ମୀରା ଚୋପ୍ରା, ରାହୁଲ ଭଟ୍ଟ ଓ ତନୁକା ଲଘାଟେଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories