ଶ୍ରୀନଗର : ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶରେ ସୋମବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି । ଜମ୍ମୁ-କଶ୍ମୀରର ଡୋଡା ଏବଂ କିଶ୍ତୱାଡ ଜିଲାରେ ୪.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ସେହିପରି ହିମାଚଳ ପ୍ରଦେଶର ଚମ୍ବାରେ ମଧ୍ୟ ସେହି ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି ବୋଲି ସୂଚନା ମିଳିଛି । ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିଲା।
ଡୋଡାର ଏସଏସପି ମମତାଜ ଅହମ୍ମଦଙ୍କ ସୂଚନା ଅନୁଯାୟୀ, ପ୍ରଥମେ ସକାଳ ସାଢେ ୫ଟା ଏବଂ ପରେ ୮ଟା ୦୪ ମିନିଟ୍ରେ ଭୂକମ୍ପ ହୋଇଥିଲା। ପ୍ରଥମ ୩.୪ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଦ୍ୱିତୀୟ ଥର ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୪.୯ ଥିଲା। ପ୍ରଥମ ଭୂକମ୍ପର କେନ୍ଦ୍ର ଚମ୍ବା ଥିବା ବେଳେ ଦ୍ବିତୀୟ ଭୂକମ୍ପର କେନ୍ଦ୍ର ଜମ୍ମୁ-କଶ୍ମୀର ଓ ଚମ୍ବା ସୀମାନ୍ତ ଅଞ୍ଚଳରେ ଥିଲା। ଏହା ବ୍ୟତୀତ୍ ମନାଲୀ ଓ ଉଟ୍ଟୀ ଘାଟିରେ ସକାଳ ୮ଟା ୫ମିନିଟ୍ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।



