www.samajalive.in
Monday, December 8, 2025
27.1 C
Bhubaneswar

ତାଲିବାନ ସହ ଶାନ୍ତି ଆଲୋଚନା ରଦ୍ଦ କଲା ଆମେରିକା

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ତାନ ଏବଂ ତାଲିବାନ ସହିତ ଶାନ୍ତି ଆଲୋଚନା କରିବାକୁ ନେଇଥିବା ନିଷ୍ପତ୍ତି ରଦ୍ଦ କରିଛନ୍ତି। ରବିବାର ସକାଳେ ଟ୍ରମ୍ପ ଟ୍ବିଟ୍‌ କରି ଏ ସମ୍ପର୍କରେ ଘୋଷଣା କରିଛନ୍ତି। ତାଲିବାନର ପ୍ରମୁଖ ନେତା ଏବଂ ଆଫଗାନିସ୍ତାନର ରାଷ୍ଟ୍ରପତି ରବିବାର କ୍ୟାମ୍ପ ଡେଭିଡରେ ଟ୍ରମ୍ପଙ୍କ ସହିତ ପୃଥକ ଭାବେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା। ଏଥିପାଇଁ ସେମାନେ ରବିବାର ଆମେରିକାରେ ପହଞ୍ଚିବାର ଥିଲା। କିନ୍ତୁ ବର୍ତ୍ତମାନ ବୈଠକ ନ କରିବାକୁ ଟ୍ରମ୍ପ ନିଷ୍ପତ୍ତି ନେଇଛନ୍ତି।

ତେବେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପଛରେ ରହିଥିବା କାରଣ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ତାଲିବାନ କାବୁଲରେ ଏକ ଆକ୍ରମଣକୁ ଚୂଡ଼ାନ୍ତ ରୂପ ଦେଇଛି, ଯେଉଁଥିରେ ଆମର ଜଣେ ସୈନିକଙ୍କ ସମେତ ଅନ୍ୟ ୧୧ ନାଗରିକ ପ୍ରାଣ ହରାଇଛନ୍ତି। ଏଥିପାଇଁ ମୁଁ ତୁରନ୍ତ ବୈଠକ ରଦ୍ଦ କରିବା ସହିତ ଶାନ୍ତି ଆଲୋଚନା ବନ୍ଦ କରିଦେଇଛି ବୋଲି ଟ୍ରମ୍ପ ଟ୍ବିଟ୍‌ରେ ଲେଖିଛନ୍ତି। ତାଲିବାନ ଏବଂ ଆଫଗାନିସ୍ତାନ ସ୍ଥିତିକୁ ଆହୁରି ଖରାପ କରିଦେଇଛନ୍ତି ବୋଲି ଟ୍ରମ୍ପ ଦର୍ଶାଇଛନ୍ତି। ଟ୍ରମ୍ପ ଆହୁରି କହିଛନ୍ତି, ଯଦି ତାଲିବାନ ଏହି ଶାନ୍ତି ଆଲୋଚନା ସମୟରେ ସଂଘର୍ଷକୁ ବିରାମ ଦେବା ଲାଗି ସହମତ ନାହିଁ ଏବଂ ୧୨ ନିର୍ଦୋଷ ଲୋକଙ୍କୁ ହତ୍ୟା କରୁଛି, ତେବେ ଏକ ସଫଳ ଆଲୋଚନା ପାଇଁ ତାଲିବାନ ଭରସାଯୋଗ୍ୟ ନୁହେଁ। ଏହା ସହିତ ତାଲିବାନ ଆହୁରି କେତେ ଦଶନ୍ଧି ପର୍ଯ୍ୟନ୍ତ ଲଢ଼ିବାକୁ ପ୍ରସ୍ତୁତ ରହିଛି ବୋଲି ଟ୍ରମ୍ପ ଚେତାବନୀ ଦେଇ ପ୍ରଶ୍ନ କରିଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories