www.samajalive.in
Tuesday, December 9, 2025
16.1 C
Bhubaneswar

ରାତ ୯ଟାର ମୁଖ୍ୟ ଖବର

ବଡ ଖବର:

# ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ବୃହତ ସଫଳତା, ଇତିହାସ ‘ଚନ୍ଦ୍ରଯାନ-୨’ର ସଫଳ ଉତକ୍ଷେପଣ, 

 -ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ଇସ୍ରୋର ଅଧ୍ୟକ୍ଷ ଡ଼କ୍ଟର କେ. ଶିବନ
 -ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଓ ଅଭିନ୍ଦନନ ଜଣାଇଲେ

# ବିଦେଶୀ ଗଣ ମାଧ୍ୟମରେ ଭାରତର ‘ଚନ୍ଦ୍ରଯାନ-୨’ର ଉତକ୍ଷେପଣକୁ ଉଚ୍ଚ ପ୍ରଶଂସା

# ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି : “ଏହା ଏକ ସ୍ୱତନ୍ତ୍ର ମୁହୂର୍ତ ଯାହା ଆମ ଗୌରବମୟ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ। ଚନ୍ଦ୍ରଯାନ ୨ର ଉତକ୍ଷେପଣ ବିଜ୍ଞାନର ଏକ ନୂତନ ସୋପାନରେ ପାଦ ଦେବା ଲାଗି ଆମ ବୈଜ୍ଞାନିକମାନଙ୍କ ସାମର୍ଥ୍ୟ ଏବଂ ୧୩୦ କୋଟି ଭାରତୀୟଙ୍କ ସଂକଳ୍ପକୁ ଦର୍ଶାଉଛି । ଆଜି ପ୍ରତ୍ୟେକ ଭାରତୀୟ ଅତ୍ୟନ୍ତ ଗର୍ବିତ !

# ୨୦୨୦-୨୧ ଓ ଏହାପରେ ଭାରତ ଶତକଡ଼ା ୮ ଭାଗରୁ ଅଧିକ ଅଭିବୃଦ୍ଧି ହାସଲ କରିବ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ୍‍ କୁମାର କହିଛନ୍ତି

କଟକ ଜବାହରଲାଲ୍ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ଚମ୍ପିଆନସିପରେ ଉଭୟ ଦଳଗତ ବ୍ୟକ୍ତିଗତ ମ୍ୟାଚରେ ଭାରତୀୟ ଦଳ ସ୍ୱର୍ଣ୍ଣପଦକ ହାସଲ କରିଛି

# ଓଡିଶା ଖଣି ନିଗମ ଅଧୀନସ୍ଥ ୨୫ଟି ଖଣି ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇନାହିଁ ବୋଲି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିଧାନସଭାରେପ୍ରକାଶ କରିଛନ୍ତି।

ନାବାଳିକା ନିର୍ଯ୍ୟାତନା  ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧୀଦଳ ସଭ୍ୟଙ୍କ ଉଦବେଗ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ ନେଇ ଅଭିଯୋଗ।

ଆଞ୍ଚଳିକ :

# ସନ୍ତୋଷ ରାଉଳ ଓରଫ ସାରଥୀ ବାବାଙ୍କୁ ଓଡ଼ିଶା ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

- Advertisement -

# ୨୦୦୬ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ନୂତନ ମଦ ଦୋକାନ ଖୋଲାଯାଇ ନାହିଁ ବୋଲି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।

– ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଖୁବ୍‍ ଶୀଘ୍ର ଇ-ଅକସନ୍‍ କରାଯିବ

# ରାଜ୍ୟରେ ଖାଲିଥିବା ଷ୍ଟାଫ୍ ନର୍ସ, ଡାକ୍ତରୀ ପଦବୀ ଏବଂ ମେଡ଼ିକାଲଗୁଡ଼ିକରେ ଖାଲିପଡ଼ିଥିବା ବିଭିନ୍ନ ପଦବୀଗୁଡ଼ିକୁ ନେଇ ବିଧାନସଭାରେ ଉଦ୍ବେଗ। ପ୍ରକାଶ ପାଇଛି । ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟସେବା ପାଇଁ ସ୍ବସ୍ଥ୍ୟ ବିଭାଗକୁ କଡ଼ା ସମାଲୋଚନା 
# ୨୫ ତାରିଖରୁ ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

# ରାଜ୍ୟକୁ ଆସୁଥିବା ପର୍ଯ୍ୟଟକମାନେ ନିଜର ନିରାପତ୍ତା ସହ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିସ୍ତୃତ ସୂଚନା ପାଇପାରିଲେ ରାଜ୍ୟର
ପର୍ଯ୍ୟଟନଶିଳ୍ପ ବୃଦ୍ଧି ପାଇବ ବୋଲି କମିଶନରେଟ୍‍ ପୋଲିସ୍‍ର କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।

-ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଦେବା, ପର୍ଯ୍ୟଟନ ସଂପର୍କରେ ସୂଚନା ଦେବାଏବଂ ଗାଇଡ୍‍ ଭାବରେ କାମ କରିବା ପାଇଁ
ପୋଲିସ୍‍ମାନେ ନିଜକୁ ପ୍ରସ୍ତୁତ କରିନେବା ଉଚିତ ବୋଲି ମଧ୍ୟ କହିଛନ୍ତି। 

# ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ରାଜ୍ୟର ଶୈବ ପୀଠରେ ଜଳ ଲାଗି ପାଇଁ ଗାଉଡିଆଙ୍କ ଭିଡ
# ସଦସ୍ୟତା ଅଭିଯାନ ମାଧ୍ୟମରେ ସବୁ ବର୍ଗର ଲୋକଙ୍କୁ ଯୋଡିବାର ଆବଶ୍ୟକତା ରହିଛି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
# ଆଶ୍ରମ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ନବରଙ୍ଗପୁର ଚନ୍ଦାହାଣ୍ଡି ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଜାତୀୟ :

# ମୋଦୀ ସରକାରଙ୍କ ପ୍ରଥମ ୫୦ ଦିନର ରିପୋର୍ଟ କାର୍ଡ ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର 

ସଂସ୍କାର, ସାମଗ୍ରିକ ବିକାଶ ଓ ନ୍ୟାୟ ସରକାରଙ୍କ ପ୍ରାଥମିକତା, -ସବୁ ଚାଷୀଙ୍କୁ ୬ହଜାର ଟଙ୍କାର ସହାୟତା
-ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇରୁ ତିନି ଗୁଣ ବୃଦ୍ଧି,- ଶ୍ରମ ଆଇନରେ ସଂସ୍କାର ଦ୍ୱାରା କର୍ମଚାରୀ ଓ ନିଯୁକ୍ତିଦାତାଙ୍କୁ ସୁରକ୍ଷା
-ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକୁ ୭୦ ହଜାର କୋଟି ଟଙ୍କାର ପୁଞ୍ଜି ସହାୟତା,- ଭିତିଭୂମି ବିକାଶ ଲାଗି ଖର୍ଚ୍ଚ ହେବ ୧୦୦ ଲକ୍ଷ କୋଟି, -ମହାକାଶ ଅଭିଯାନରେ ସଫଳତା, ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଆସିଛି ସଂସ୍କାର

# ନୂତନ ଭାରତ-ବାଙ୍ଗଲାଦେଶ ମୈତ୍ରୀ ମୁକ୍ତିଯୋଦ୍ଧା ସୋନ୍ତାନୋ ବୃତ୍ତି ଯୋଜନା ଅଧୀନରେ ଆସନ୍ତା ପାଞ୍ଚ ବର୍ଷ ପାଇଁ ଭାରତ ସରକାର ବାଙ୍ଗଲାଦେଶର ମୁକ୍ତି ଯୋଦ୍ଧାମାନଙ୍କ ପିଲାମାନଙ୍କୁ ୧୦ହଜାର ବୃତ୍ତି ଯୋଗାଇ ଦେବେ।

କର୍ଣ୍ଣାଟକ ସଙ୍କଟ ଜାରି, ଘଡିକେ ଘୋଡା ଛୁଟୁଛି, ଆସ୍ଥା ଭୋଟ ନେଇ ସ୍ଥିତି ଅଷ୍ପଷ୍ଟ

# କର୍ଣ୍ଣାଟକର ଦୁଇ ଜଣ ନିର୍ଦଳୀୟ ବିଧାୟକ ବିଧାନସଭାରେ ତୁରନ୍ତ ଆସ୍ଥା ଭୋଟ ଲୋଡ଼ାଯିବା ପାଇଁ ଅନୁରୋଧ କରି କରିଥିବା ଆବେଦନର ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମ୍‍କୋର୍ଟ ମନା କରିଛନ୍ତି।

# ଆଚାର୍ଯ୍ୟ ଦେବବ୍ରତ ଗୁଜରାଟର ନୂଆ ରାଜ୍ୟପାଳ ଭାବେ ଆଜି ଶପଥ ନେଇଛନ୍ତି

# ବାନ୍ଦ୍ରା ଏମଟିଏନଏଲର ୯ ମହଲା କୋଠାରେ ଅଗ୍ନିକାଣ୍ଡ, ଛାତରେ ଫସି ରହିଛନ୍ତି ୧୦୦ ଲୋକ

ଅଭିନେତ୍ରୀ କୋଇନା ମିତ୍ରଙ୍କୁ ୬ ମାସ ଜେଲ୍,-ଏକ ଚେକ ବାଉନ୍ସ ମାମଲାରେ ବଲିଉଡ଼ ଅଭିନେତ୍ରୀ କୋଇନା ମିତ୍ରଙ୍କୁ ମୁମ୍ବଇ ମେଟ୍ରୋପଲିଟିଆନ ମାଜିଷ୍ଟ୍ରେଟ କୋର୍ଟ ସୋମବାର ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

# ଆତଙ୍କବାଦୀଙ୍କୁ ଅପିଲ କରି ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ କହିଛନ୍ତି, ଆତଙ୍କବାଦୀମାନେ ୰ପୋଲିସର ଯବାନ ଏବଂ ଏସପିଓଙ୍କୁ ଟାର୍ଗେଟ କରନ୍ତୁ ନାହିଁ, ଯେଉଁମାନେ ରାଜ୍ୟକୁ ଲୁଟିବାରେ ଲାଗିପଡ଼ିଛନ୍ତି, ସେମାନଙ୍କୁ ହତ୍ୟା କରନ୍ତୁ 
# ବେନାମୀ ସମ୍ପତ୍ତି ଜବତ କରିବା ପାଇଁ କଠୋର ଆଇନ ପ୍ରଣୟନ କରିବେ ଉତ୍ତରାଖଣ୍ଡ ସରକାର
# ବିଜେପି କାର୍ୟ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି – ଆଜି ମୁଁ ସ୍ପଷ୍ଟ ଭାବରେ କହିପାରୁଛି କି, ଭଲ ଦିନ ଆସିଯାଇଛି
# ବର୍ଷା ଅଭାବରୁ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ ଚାଷୀ ନିରାଶ
# ସୋନଭଦ୍ରାରେ ଗୁଳିକାଣ୍ଡରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିଜନଙ୍କୁ ସାକ୍ଷାତ କରି ସହାୟତା ରାଶି ପ୍ରଦାନ କଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 

ଅନ୍ତର୍ଜାତୀୟ:

# ସୋମାଲିଆ​ରେ କାର ବୋମା ବିସ୍ଫୋରଣ ; ୧୭ ମୃତ ,୨୪ରୁ ଅଧିକ ଆହତ

# ଉତ୍ତର କୋରିଆରେ କିମ ଜୋଙ୍ଗଙ୍କ ଏକଛତ୍ରବାଦ କାଏମ, ସାଧାରଣ ନିର୍ବାଚନରେ ପାଇଲେ ୯୯.୯୮% ଭୋଟ
# ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସୋସିଆଲ ଇଂଜିନିୟରିଂ ହ୍ୟାକିଂ ନେଇ ସତର୍କ ସୂଚନା ଜାରି

# ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାଁ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ୍‍ ଟ୍ରମ୍ପ୍‍ଙ୍କୁ ସାକ୍ଷାତ୍‍ କରି ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କ ବିଷୟରେ ଆଲୋଚନା କରିବେ

# ଜାପାନର ଶାସକ ମେଣ୍ଟ ଦେଶର ଉଚ୍ଚ ସଦନରେ ନିଜର ସ୍ଥିତି ମଜବୁତ ରଖିବାରେ ସକ୍ଷମ ହୋଇଥିବାବେଳେ ବୃହତ୍‍ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଛି।

# ଇରାନ ପକ୍ଷରୁ ଷ୍ଟେଟ ଅଫ୍ ହୋର୍ମୁଜରେ ଜବତ କରାଯାଇଥିବା ବ୍ରିଟିଶ୍ ତେଲ ଟ୍ୟାଙ୍କର ଷ୍ଟେନା ଇମପେରୋ ଜାହାଜରେ ଥିବା ସମସ୍ତ ୨୩ ଜଣ କ୍ରୁ ମେମ୍ୱର ସୁରକ୍ଷିତ
# ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନରେ ପ୍ରତ୍ୟେକ ଦିନ ୧୫ ରୁ ୩୫ ଜଣ ଆତ୍ମହତ୍ୟା କରୁଥିବା ଖବର ମିଳିଛି

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories