www.samajalive.in
Saturday, December 6, 2025
23.1 C
Bhubaneswar

ଉଡ଼ନ୍ତା ବିମାନ ଛାତରେ ୯୩ ବର୍ଷୀୟ ମହିଳା; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଆକାଶରେ ଉଡ଼ୁଛି ବିମାନ ଓ ତା’ର ଛାତ ଉପରେ ଠିଆ ହୋଇଛନ୍ତି ୯୩ ବର୍ଷୀୟ ଜଣେ ମହିଳା। ଯିଏ ବି ଏହି ଦୃଶ୍ୟ ଦେଖୁଛି ଚକିତ ହୋଇଯାଉଛି। ସାମାଜିକ ଗଣମାଧ୍ୟମରେ ଜଣେ ମହିଳାଙ୍କ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ମହିଳା ଜଣକ ଉଡ଼ୁଥିବା ବିମାନ ଉପରେ ଠିଆ ହୋଇଥିବା ଦେଖିବାକୁ ମିଳିଛି।

ତେବେ, ପ୍ରଥମ ଥର ପାଇଁ ୯୩ ବର୍ଷୀୟ ବେଟ୍ଟୀ ବ୍ରୋମେଜ୍ ଏହି କୃତିତ୍ତ୍ବ ହାସଲ କରିନାହାନ୍ତି, ବରଂ ଏହା ପୂର୍ବରୁ ସେ ଚାରିଥର ଏପରି କରି ସାରିଛନ୍ତି। ୟୁକେରେ ବାସ କରୁଥିବା ବ୍ରୋମେଜ୍ ହାଇ-ଫ୍ଲାଇଙ୍ଗ୍ ଚ୍ୟାଲେଞ୍ଜର ଏକ ଅଂଶ ସ୍ବରୂପ ୱିଙ୍ଗ୍ ୱାକର୍ ଭାବେ ତାଙ୍କର ପଞ୍ଚମ ଉଡ଼ାଣ ସମାପ୍ତ କରିଛନ୍ତି।

- Advertisement -

ତାଙ୍କର ଏହି ଭିଡିଓ BBC Gloucestershire ଫେସ୍‌ବୁକ୍‌ ଆକାଉଣ୍ଟରୁ ଶେୟାର କରାଯାଇଛି। ଭିଡିଓକୁ ଅନେକ ଲୋକ ଦେଖି ସାରିଲେଣି। ଭିଡିଓରେ ବେଟ୍ଟୀ ବ୍ରୋମେଜ୍ ଉଡ଼ନ୍ତା ବିମାନ ଉପରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ବିମାନଟି ଉଡ଼ିବାର କିଛି ସମୟ ମଧ୍ୟରେ ଅବତରଣ କରିଥିଲା। ଖୁବ୍‌ ଜୋର ପବନ ମଧ୍ୟରେ ବ୍ରୋମେଜ୍‌ ନିଜକୁ ସମ୍ଭାଳିଥିଲେ। ତେବେ ଏହି ସମୟରେ ସେ ସମସ୍ତ ସୁରକ୍ଷା ପ୍ରୋଟୋକଲ ପାଳନ କରିଥିଲେ।

ଭିଡିଓରେ ବେଟ୍ଟୀ ବ୍ରୋମେଜ୍‌ ‘ଏହା ଏକ ଅଦ୍ଭୁତ ଅନୁଭୂତି’ ବୋଲି କହୁଥିବା ଶୁଣିବାକୁ ମିଳିଛି। ସେ କହିଛନ୍ତି ଯେ, ମୁଁ ଏହାକୁ ଉପଭୋଗ କଲି। ଏହା ଅତ୍ୟନ୍ତ ରୋମାଞ୍ଚକର ଏବଂ ଭିନ୍ନ ଅନୁଭୂତି ଥିଲା। ଏଥିସହି ବିମାନର ପାଇଲଟ୍ ବ୍ରାୟନ୍ କର୍ଣ୍ଣସ୍ କହିଛନ୍ତି ଯେ, ମୁଁ ଜାଣିନାହିଁ କିଏ ଅଧିକ ଭୟଭୀତ ଥିଲା- ମୁଁ ନା ବ୍ରୋମେଜ୍ ? ବାସ୍ତବରେ ବ୍ରୋମେଜ୍‌ ଜଣେ ଅଦ୍ଭୁତ ମହିଳା। ସୂଚନା ମୁତାବକ, ବିଭିନ୍ନ ଶାରୀରିକ ସମସ୍ୟା ସତ୍ତ୍ବେ ବ୍ରୋମେଜ୍‌ ଏହି କାମ ଚାରିଟୀ ପାଇଁ ପାଣ୍ଠି ଯୋଗାଡ଼ କରିବାକୁ କରିଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories