www.samajalive.in
Thursday, December 11, 2025
23.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ପ୍ରଲୋଭନ ଦେଖାଇ ଅନେକ ମହିଳାଙ୍କ ଶୋଷଣ.. ଗିରଫ ହେଲା ଠକ ବିରଞ୍ଚି.. ଅନୁଗୁଳ ଛେଣ୍ଡିପଦା ଅଞ୍ଚଳର ବିରଞ୍ଚି ନାରାୟଣ ନାଥଙ୍କୁ ଗିରଫ କଲା ରାଜ୍ୟ କ୍ରାଇମବ୍ରାଞ୍ଚ..

ରାଜଧାନୀ ଭୁବନେଶ୍ଵରରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ଓମଫେଡ୍‌ ଭେଣ୍ଡିଂ ମେସିନ୍‌..

- Advertisement -

ବାରିପଦା ଲକ୍ଷ୍ମୀପୋଷି ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ଗଣେଶ ମୂର୍ତ୍ତି ଭସାଣ ବେଳେ ବୁଡିଯିବା ଘଟଣା.. ୨ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର..

ଅକ୍ଟୋବର ୫ ସୁଦ୍ଧା ଦ୍ବୈତ ନଗରୀ ସମେତ ରାଜ୍ୟର ସବୁ ସହରରେ ସରିବ ରାସ୍ତା ମରାମତି କାର୍ଯ୍ୟ.. ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ..

ଭୁବନେଶ୍ଵରରେ ଅନୁଷ୍ଠିତ ହେଲା ମୌସୁମୀ ବୈଠକ ୨୦୨୪.. କେନ୍ଦ୍ର ସତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀକୁ ଉଦଘାଟନ କରି ଉଦ୍‌ବୋଧନ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ.. ରାଜ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ ବୋଲି ମୌସୁମୀ ବୈଠକରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ..

ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ.. ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କଲେ ଅବକାରୀ କମିଶନର.. ତୀବ୍ର ବିରୋଧ ପରେ ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର.. ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦୃଷ୍ଟିରେ ରଖି ନିଷ୍ପତ୍ତି.. ଦୁଇଦିନ ତଳେ ପୁରୀ ଶଙ୍କରାଚାର୍ଯ୍ୟ କରିଥିଲେ ଭର୍ତ୍ସନା..

ପୁରୀ: ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ୩ମାସ କୁକୁଡା ଚାଷ ବନ୍ଦ.. କୁକୁଡା ଚାଷ ଉପରେ ପୁରୀ ପ୍ରଶାସନର କଟକଣା.. ପିପିଲି, ଡେଲାଙ୍ଗ, ନିମାପଡା, ସତ୍ୟବାଦୀରେ କୁକୁଡା ଚାଷ ବନ୍ଦ କରିବାକୁ ନିର୍ଦ୍ଦେଶ.. ସଂକ୍ରମିତ ଅଞ୍ଚଳର ୧କି.ମି ପରିସରରେ କୁକୁଡା ଚାଷ ହେବନି.. ୧ରୁ ୧୦ କି.ମି ପରିସରରେ କୁକୁଡା ବାହାରକୁ ପଠାଯିବନି.. ୧୫ଦିନରେ ଥରେ କୁକୁଡା ନମୁନା ପରୀକ୍ଷା କରାଯିବ..

ଦକ୍ଷିଣପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି.. ୪୮ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ.. ଏହା ପ୍ରଭାବରେ ରାଜ୍ୟରେ ଆଜିଠୁ ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ବର୍ଷା ସମ୍ଭାବନା ରହିଛି..

ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ବଜାରରେ ୩ ଜଣ ମହିଳାଙ୍କୁ ଧକ୍କା ଦେବା ପରେ ସୁନା ଦୋକାନକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ କାର..

୧୮ ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ.. ଦିନ ୧ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ..

କଟକରେ ୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପିସିଆର୍‌..

ରାଜଧାନୀରେ ଚାଞ୍ଚଲ୍ୟ.. ଆପାର୍ଟମେଣ୍ଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁ ଫେରାର୍‌..

 

Hot this week

ତୃତୀୟ ଦିନରେ ଗର୍ଭ ଗୃହରୁ ବାଲି ଓ ପଥର ସଂଗ୍ରହ କଲା ଏଏସ୍‌ଆଇ

ଗୋପ : କୋଣାର୍କ ସୂର୍ଯ୍ୟମନ୍ଦିର ମୁଖଶାଳା ଗର୍ଭ ଗୃହରେ ୧୯୦୩ ମସିହାରେ...

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

Related Articles

Popular Categories