Patra electronics

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସମ୍ପ୍ରସାରଣ କାର୍ଯ୍ୟ ବେଳେ ଭାଙ୍ଗି ପଡିଲା କ୍ରେନ, ୩ ଶ୍ରମିକ ଗୁରୁତର.. ଗୁରୁତର ଶ୍ରମିକମାନଙ୍କୁ ଏସସିବି ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି..

ଖାଉଟିଙ୍କୁ ୩୦ ଟଙ୍କାରେ ଆଳୁ ଦେବେ ସରକାର.. ଆଳୁ ଅଭାବ ରହିବନି, ଯେତେ ଆବଶ୍ୟକ ସେତେ ଅଣାଯିବ.. ଦିଲ୍ଲୀରେ କହିିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର..

ଇରାକ ସଂସଦରେ ଝିଅଙ୍କ ବିବାହ ବୟସକୁ ନେଇ ଅଜବ ବିଲ୍‌ ଆଗତ.. ବିବାହର ସର୍ବନିମ୍ନ ବୟସ ୯ ବର୍ଷ କରିବାକୁ ପ୍ରସ୍ତାବ.. ବିଲ୍‌କୁ ଇରାକର ମହିଳା ଏବଂ ବହୁ ମାନବାଧିକାର ସଂଗଠନର ତୀବ୍ର ବିରୋଧ.. ବଢୁଛି ଜନ ଅସନ୍ତୋଷ..

ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ପାଇଁ ଭାରତର ପଦକ୍ଷେପ.. ଗଠନ ହେଲା ସ୍ବତନ୍ତ୍ର କମିଟି..

ସରିଲା ବଜେଟ ଅଧିବେଶନ.. ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂସଦର ଉଭୟ ଗୃହ ମୁଲତବୀ.. ଜୁଲାଇ ୨୨ରୁ ଆରମ୍ଭ ହୋଇଥିଲା ବଜେଟ ଅଧିବେଶନ.. ଅଗଷ୍ଟ ୧୨ ତାରିଖରେ ଶେଷ ହେବାର ଥିଲା..

ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ହେବ ତଦନ୍ତ.. ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ବୟାନ.. ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଚାଲିଛି.. ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ.. ସର୍ବସମ୍ମୁଖରେ ରାଜକୋଷ ଲୁଣ୍ଠନ କେବେ ବି ଗ୍ରହଣୀୟ ନୁହେଁ..

ଆଳୁ ସଂକଟ ଦୂର କରିବାକୁ ମହାପ୍ରଭୁଙ୍କ ବାଡ଼ଗ୍ରାହୀଙ୍କ ଉଦ୍ୟମ.. ମମତାଙ୍କୁ ବୁଝାଇବାକୁ ଗଲେ କଲକାତା ..

ରାଜ୍ୟରେ ଆଳୁ ସମସ୍ୟା.. ଖୁବ୍‌ ଶୀଘ୍ର ସମସ୍ୟାର ସମାଧାନ ହେବ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ..

କ୍ରାନ୍ତି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ ଘୋଷଣା.. ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ଭତ୍ତା..

ଆଜି ବିଶ୍ୱ ଆଦିବାସୀ ଦିବସ.. ଶଙ୍ଖ ଭବନରେ ଆଦିବାସୀ ଦିବସ ପାଳନ କଲା ବିଜେଡି.. ଶଙ୍ଖ ଭବନରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉଦବୋଧନ.. କହିଲେ ଆଦିବାସୀଙ୍କ ବିକାଶ ପାଇଁ ଉଦ୍ୟମ ଜାରି ରଖିବ ବିଜେଡି..

ହକି ଇଣ୍ଡିଆର ବଡ଼ ଘୋଷଣା.. ସନ୍ନ୍ୟାସ ପରେ ପିଆର ଶ୍ରୀଜେଶଙ୍କୁ ନୂଆ ଦାୟିତ୍ଵ, କନିଷ୍ଠ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ ହେଲେ ଶ୍ରୀଜେଶ..

ଲାଇନଚ୍ୟୁତ ହେଲା କିରୋସିନ ଟ୍ୟାଙ୍କର ମାଲଗାଡି, ଟଳିଲା ବଡ଼ ଦୁର୍ଘଟଣା, ପଶ୍ଚିମବଙ୍ଗର କୁମେଦପୁର ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା..

ଭିଜିଲାନ୍ସ ଜାଲରେ ନାଉଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ.. ୨୫ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ..

କଟକ: ବାଙ୍କୀ ମୁଖ୍ୟ ରାସ୍ତାରେ ବନ୍ୟାଜଳ ପ୍ରବାହିତ.. ବିଲିପଡା-ତାଳବସ୍ତା ମୁଖ୍ୟ ରାସ୍ତାରେ ୨ଫୁଟର ବନ୍ୟାଜଳ..

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ ଗେଟ୍.. ମୋଟ ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ..

ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରୁ ଆଇଏସଆଇଏସ ଆତଙ୍କବାଦୀ ଗିରଫ.. ଇସଲାମିକ୍‌‌ ଷ୍ଟେଟ୍‌ର ରିଜୱାନ୍‌‌ ଅଲ୍ଲୀକୁ ଗିରଫ କଲା ଦିଲ୍ଲୀ ପୁଲିସ..

Comments are closed.