www.samajalive.in
Tuesday, December 9, 2025
16.1 C
Bhubaneswar

କ୍ୟାଡର ପୁନର୍ଗଠନ ପରେ କନିଷ୍ଠ ପ୍ରଥମ ଶ୍ରେଣୀ ପାହ୍ୟାକୁ ପଦୋନ୍ନତି ପାଇଲେ ୬୪ ଶିକ୍ଷା ସେବା ଅଧିକାରୀ

କଟକ : ରାଜ୍ୟରେ ବିଦ୍ୟାଳୟ ଶିକ୍ଷାର ଗୁରୁତ୍ଵକୁ ଦୃଷ୍ଟିରେ ରଖି ୧୯୭୧ ମସିହାରେ ଓଡିଶା ଶିକ୍ଷା ସେବା ନିଯୁକ୍ତି ନିୟମାବଳୀ ପ୍ରଣୟନ କରାଯାଇଥିଲା। ମାତ୍ର ଓଇଏଓ ଅଫିସରମାନଙ୍କ ଏକ କ୍ୟାଡର ରୁଲ ନଥିବାରୁ ସେମାନେ ଉପଯୁକ୍ତ ପ୍ରୋମୋଶନ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିଲେ। ଓଇଏସ ଅଫିସର ମାନଙ୍କର ଦୀର୍ଘ୍ୟ ଦିନର ଦାବିକୁ ବିଚାର କରି, ତଥା ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟ ନେଇ ୨୦୧୯ ମସିହାରେ ସରକାର ଏକ ଓଇଏସ କ୍ୟାଡର ରୁଲ ପ୍ରଣୟନ କରିଥିଲେ।

ଏହି କ୍ୟାଡର ରୁଲ ଅନୁଯାୟୀ ୬ ବର୍ଷ କାର୍ଯ୍ୟ କରିସାରିଥିବା ଦ୍ବିତୀୟ ଶ୍ରେଣୀ ଅଫିସମାନଙ୍କୁ କନିଷ୍ଠ ପ୍ରଥମ ଶ୍ରେଣୀକୁ ପଦୋନ୍ନତି ଦେବାପାଇଁ ଓଇଏସ ଅଫିସର ମାନେ ଦାବି କରି ଆସୁଥିଲେ। ବିଭାଗରେ ସତ୍ୟବ୍ରତ ସାହୁ ନୂତନ ପ୍ରମୁଖ ଶାସନ ସଚିବଭାବେ ଯୋଗଦାନ କରିବା ପରେ ତୁରନ୍ତ ବିଭାଗୀୟ ପଦୋନ୍ନତି କମିଟି ବୈଠକ ଡକାଇ ୬୪ ଜଣ ଯୋଗ୍ୟ ଅଫିସରଙ୍କ ନାମ ସୁପାରିଶ କରିଥିଲେ। ଏହା ସରକାରଙ୍କ ଅନୁମୋଦନ ପରେ ଆଜି ଉକ୍ତ ଅଫିସରମାନଙ୍କୁ ପଦୋନ୍ନତି ଦିଆଯାଇଛି। ଏଥିପାଇଁ ଓଡିଶା ଶିକ୍ଷା ସେବାସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବଙ୍କୁ ସଂଘର ସଭାପତି ପ୍ରଦୀପ କୁମରେ ନାୟକ ଓ ସାଧାରଣ ସମ୍ପାଦକ ସନାତନ ପଣ୍ଡା କୃତଜ୍ଞତା ଜରାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories