www.samajalive.in
Monday, December 8, 2025
17.1 C
Bhubaneswar

ମଙ୍ଗଳବାର ରାଶିଫଳ (୦୮-୦୯-୨୦୨୦)

ମେଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ବଳଶାଳୀ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣାଙ୍ଗନରେ ବୀରତ୍ୱ ପ୍ରତିପାଦନ କରିବେ। ମାଲିମୋକଦ୍ଦମାରେ ବିଜୟୀ ହେବା ସହ ମୋକଦ୍ଦମା ଖର୍ଚ୍ଚ ଅର୍ଥ ପ୍ରାପ୍ତ ହେବେ।

ବୃଷ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। କର୍ମଚଞ୍ଚଳ ରହିବେ। ମଧୁରଭାଷାରେ ପରକୁ ଆପଣାର କରିପାରନ୍ତି। ଆଖିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ସାହସୀ ହେବେ। ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ।

- Advertisement -

ମିଥୁନ: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ଘାତଚନ୍ଦ୍ର ପାଇଁ ସତର୍କ ରହିବେ।

କର୍କଟ: ଆୟ ବୃଦ୍ଧିର ସୂଚନା ମିଳୁଛି। କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ।

ସିଂହ: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେବ। କର୍ତ୍ତବ୍ୟ ନିଷ୍ଠ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ।

କନ୍ୟା: କାର୍ଯ୍ୟ ଲୋକଙ୍କ ପାଇଁ ମଙ୍ଗଳକାରକ ହେବ। ସେବା ମନୋଭାବର ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନରେ ସତର୍କ ରହିବେ।

ତୁଳା: ବ୍ୟବସାୟ ଲାଭଜନକ ହେବ। ସମାଜସେବୀ ହୋଇପାରନ୍ତି। ମନରେ ଅହଂଭାବ ପୋଷଣ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ କଥାରେ ପରିଚାଳିତ ହେବେ। ବନ୍ଧୁଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି।

ବିଛା: ବନ୍ଧୁ ମିଳନ ଘଟିପାରେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।

ଧନୁ: ଜନମଙ୍ଗଳ କାର୍ଯ୍ୟରେ ସଫଳ ହେବେ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ପତ୍ନୀ ସହଯୋଗ କାରିଣୀ ହେବେ।

ମକର: ଆଶା କରୁଥିବା କାର୍ଯ୍ୟକୁ କରାୟତ୍ତ କରିବାରେ ସକ୍ଷମ ହେବେ। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ବ୍ୟକ୍ତିତ୍ୱ ବିକଶିତ ହେବ। କୃଷିକର୍ମକାରୀ ହୋଇପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ୍‍ ହେବେ।

କୁମ୍ଭ: ଜନସାଧାରଣଙ୍କ ଆଶୀର୍ବାଦର ପାତ୍ର ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ବିଶୁଦ୍ଧଭାଷୀ ହୋଇପାରନ୍ତି। ସ୍ନେହବୋଳା କଥାରେ ଅଧସ୍ତନଙ୍କ ଠାରୁ କାର୍ଯ୍ୟ ହାସଲ କରିବେ। ପ୍ରେମୀ ଓ ସାହସୀ ହେବେ।

ମୀନ: କାର୍ଯ୍ୟରେ ସଫଳତା ଲାଭ କରିବେ। ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ ଓ ସହନଶୀଳ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ମିତ୍ରମାନଙ୍କ ସହାୟତା ମିଳିବ। ବିଦ୍ୟାପ୍ରେମୀ ହେବେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories