www.samajalive.in
Sunday, November 16, 2025
15.1 C
Bhubaneswar

୬ ବର୍ଷର ନାବାଳକଙ୍କୁ ଅପହରଣ ପରେ ଦୁଷ୍କର୍ମ, ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ପୁଲିସକୁ ମାଡ଼

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ନୂଆଦିଲ୍ଲୀରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ୬ ବର୍ଷର ନାବାଳକଙ୍କୁ ଅପହରଣ ପରେ ଦୁଷ୍କର୍ମ କରାଯାଇଛି। ଏଭଳି ଜଘନ୍ୟ କାଣ୍ଡ ଘଟାଇଛି ପୀଡ଼ିତ ନାବାଳକର ଜଣେ ପଡ଼ୋଶୀ। ଏହାକୁ ନେଇ ଦକ୍ଷିଣ ପୂର୍ବ ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିବାବେଳେ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତକୁ ସୁରକ୍ଷା ଦେବାକୁ ଯାଇଥିବା ପୁଲିସକୁ ବି ମାଡ଼ ମାରିଛନ୍ତି।

ସେପ୍ଟେମ୍ବର ୧ତାରିଖର ଘଟଣା। ଗୋବିନ୍ଦପୁରୀ ଅଞ୍ଚଳର ଜଣେ ୬ ବର୍ଷର ନାବାଳକଙ୍କୁ ଅପହରଣ କରିନିଆଯାଇଥିବା ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ ନାବାଳକଙ୍କୁ ଖୋଜିବା ଆରମ୍ଭ କରିଥିଲା। ପରେ ନାବାଳକଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି)କୁ ହସ୍ତାନ୍ତର କରିଥିଲା। ତେବେ ସେପ୍ଟେମ୍ବର ୩ରେ ପୁଲିସ କଂଟ୍ରୋଲ ରୁମକୁ ଏକ ଫୋନ ଯାଇଥିଲା। ଉଦ୍ଧାର କରାଯାଇଥିବା ନାବାଳକଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ସନ୍ଧ୍ୟା ୭ଟା ୩୦ରେ ପରିବାର ଲୋକେ ଫୋନ କରି ଜଣାଇଥିଲେ। ପଡ଼ୋଶୀ ଏହି ଘଟଣାର ଅଭିଯୁକ୍ତ ହୋଇଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଅଟକ ରଖି ମାଡ଼ ମାରିଥିଲେ। ଖବରପାଇ ପୁଲିସ ପହଞ୍ଚି ଅଭିଯୁକ୍ତକୁ ସୁରକ୍ଷା ଦେବା ସହିତ ତା’କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା। ଏଥିରେ ସ୍ଥାନୀୟ ଲୋକେ ଉତକ୍ଷିପ୍ତ ହୋଇ ପୁଲିସକୁ ନିର୍ଧୂମ ମାଡ଼ ମାରିଥିଲେ। କିଛି ମହିଳା ମଧ୍ୟ ପୁଲିସକୁ ମାଡ଼ ମାରିଥିଲେ। ହେଲେ ପୁଲିସ ସେଠାରୁ ଅଭିଯୁକ୍ତକୁ ଧରି ପଳାଇ ଆସିଥିଲା। ପରେ ସ୍ଥାନୀୟ ଲୋକେ ଥାନା ଆଗରେ ପହଞ୍ଚି ବିକ୍ଷୋଭ କରିଥିଲେ।

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories