www.samajalive.in
Monday, December 8, 2025
13.1 C
Bhubaneswar

ଭାରତରେ ପହଞ୍ଚିଲା ୬ଲକ୍ଷ ୫୦ ହଜାର ରାପିଡ୍‌ ଟେଷ୍ଟିଂ କିଟ୍‌

ନୂଆଦିଲ୍ଲୀ: କରୋନା ଭୂତାଣୁର ପରୀକ୍ଷା ପାଇଁ ଚୀନରୁ ୬ଲକ୍ଷ ୫୦ ହଜାର ରାପିଡ୍‌ ଟେଷ୍ଟିଂ କିଟ୍‌ ଆସି ଭାରତରେ ପହଞ୍ଚିଛି। ଭାରତ ସରକାରଙ୍କ ପକ୍ଷରୁ ଚୀନର ଏକ କମ୍ପାନୀକୁ ଟେଷ୍ଟିଂ କିଟ୍‌ ପାଇଁ ଅର୍ଡର ଦିଆଯାଇଥିଲା। କିନ୍ତୁ ତାହା ଭୁଲ ବଶଃତ ଆମେରିକାରେ ପହଞ୍ଚି ଯାଇଥିଲା। ଏବେ ତାହା ଆସି ଭାରତରେ ପହଞ୍ଚିଛି। ଫଳରେ ଏବେ ଦେଶରେ କରୋନା ପରୀକ୍ଷା ତ୍ଵରିତ୍ଵ ବେଗରେ ହୋଇପାରିବ ବୋଲି ଆଶା କରାଯାଉଛି।

ଭାରତରେ ପହଞ୍ଚିଥିବା କିଟ୍‌ ମଧ୍ୟରେ ଆଣ୍ଟିବଡି ଏବଂ ଆରଏନଏ ଏକ୍ସଟ୍ରେଶନ କିଟ୍‌ ସାମିଲ ରହିଛି। ଗୁରୁବାରଠାରୁ ଏସବୁକୁ ବିଭିନ୍ନ ରାଜ୍ୟକୁ ପଠାଯିବ। ବିଭିନ୍ନ ରାଜ୍ୟରେ ଚିହ୍ନଟ ହୋଇଥିବା ହଟସ୍ପଟ୍‌ ଅଞ୍ଚଳଗୁଡ଼ିକରେ ଏହି କିଟ୍‌ ବ୍ୟବହାର କରାଯିବ, ଯେଉଁଠି ଦ୍ରୁତଗତିରେ ସଂକ୍ରମଣ ବ୍ୟାପୁଛି। ଏହି ପରିପ୍ରେକ୍ଷୀରେ ଆସାମକୁ ୫୦ ହଜାର କିଟ୍‌ ପ୍ରଦାନ କରାଯାଇଛି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories