କଟକ: ‘କରୋନା’ ଭୂତାଣୁ ସଂକ୍ରମଣ ଆଶଙ୍କା ନେଇ ହାଇକୋର୍ଟଙ୍କ ପକ୍ଷରୁ ନିମ୍ନ ଅଦାଲତ ଗୁଡିକ ପାଇଁ ବୁଧବାର କେତେକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଯେଉଁ ସ୍ଥାନରେ ସକାଳୁଆ ଅଦାଲତ ବ୍ୟବସ୍ଥା କାର୍ୟ୍ୟକାରୀ ହେବ; ସେଠାରେ କୋର୍ଟ ଓ ଏହାର କାର୍ୟ୍ୟାଳୟ ଦିନ ୯ଟାରୁ ୧୦ଟା ପର୍ୟ୍ୟନ୍ତ କାର୍ୟ୍ୟ କରିବ। ସେହିପରି ଭାବେ ଯେଉଁ ସ୍ଥାନରେ ସକାଳୁଆ ଅଦାଲତ ନାହିଁ; ସେଠାରେ କୋର୍ଟ ଓ କୋର୍ଟ କାର୍ୟ୍ୟାଳୟ ଦିନ ୧୧ଟାରୁ ୧୨ଟା ପର୍ୟ୍ୟନ୍ତ ଚାଲିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ରିମାଣ୍ଡ, ପ୍ରଡକ୍ସନ୍ ଓ ଜାମିନ ଭଳି ଜରୁରୀ ମାମଲା ଶୁଣାଣି ପାଇଁ ଏପରି ବ୍ୟବସ୍ଥା କରାଯାଇଛି। ଆସନ୍ତା ୨୦ରୁ ଅନ୍ୟାଦେଶ ପର୍ୟ୍ୟନ୍ତ ଏଭଳି ବ୍ୟବସ୍ଥା ବଳବତ୍ତର ରହିବ ବୋଲି ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
Popular Categories



