www.samajalive.in
Sunday, December 7, 2025
18.1 C
Bhubaneswar

ଆଶା ଓ ଭରସା ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‍

ମାରାତ୍ମକ କୋଭିଡ-୧୯ ସଂକ୍ରମଣରୁ ସୁରକ୍ଷା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‍ ଔଷଧକୁ ଏକ ଚମତ୍କାର ବୋଲି ମାନି ନେଇଛନ୍ତି। ଭାରତ ଏହି ଔଷଧର ପ୍ରମୁଖ ଉତ୍ପାଦକ। ଯଦିଓ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‍ ଏହି ସଂକ୍ରମଣ ଚିକିତ୍ସାରେ ସମ୍ପୂର୍ଣ୍ଣ ସୁଫଳଦାୟକ ବୋଲି ପ୍ରମାଣିତ ହୋଇନାହିଁ, ତେବେ ଆମେରିକା ସମେତ କେତେକ ଦେଶ ଏହି ଔଷଧକୁ କୋଭିଡ-୧୯ ସଂକ୍ରମଣ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରିବାକୁ ନିଷ୍ପତ୍ତିି ନେଇଛନ୍ତି। ଭାରତ ମଧ୍ୟ ବିଭିନ୍ନ ଦେଶକୁ ଔଷଧ ପଠାଇଛି।
ତେବେ ବିଭିନ୍ନ ରିପୋର୍ଟ ଅନୁସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‍ର ପାର୍ଶ୍ବପ୍ରତିକ୍ରିୟା ରହିଛି। ତେଣୁ ଏହାକୁ କେବଳ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀଙ୍କୁ ଦିଆଯାଇପାରିବ। ଏହା କିଡ୍‍ନୀ ଏବଂ ହୃଦ୍‍ଯନ୍ତ୍ରକୁ ପ୍ରଭାବିତ କରିବାର ଆଶଙ୍କା ଥିବାରୁ ୧୫ବର୍ଷ ତଳକୁ ଥିବା ପିଲା ଏବଂ ୬୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯାଇପାରିବ ନାହିଁ ବୋଲି ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମ୍‍ଆର) ଜଣାଇଛି।
ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‍ ମୁଖ୍ୟତଃ ମ୍ୟାଲେରିଆ, ଲ୍ୟୁପସ୍‍ ଏବଂ ର‍୍ୟୁମାଟଏଡ୍‍ ଆର୍ଥ୍ରାଇଟିସ୍‍ ଚିକିତ୍ସାରେ ବ୍ୟବହାର କରାଯାଏ। ଏବେ ପ୍ରତ୍ୟେକ କୋଭିଡ-୧୯ ଆକ୍ରାନ୍ତଙ୍କୁ ଏହାର ୧୪ଟି ଲେଖାଏଁ ଟାବ୍‍ଲେଟ ଏକ କୋର୍ସ ଭାବେ ଦିଆଯାଇପାରିବ ବୋଲି କୁହାଯାଉଥିବାବେଳେ କେନ୍ଦ୍ର ସରକାର ଦେଶର ପ୍ରମୁଖ ଔଷଧ ନିର୍ମାତା କମ୍ପାନୀଗୁଡିକୁ ୧୦୦ ମିଲିଅନ୍‍ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‍ ଉତ୍ପାଦନ କରିବାକୁ କହିଛନ୍ତି ଯାହାଦ୍ୱାରା ୭୧ଲକ୍ଷ ରୋଗୀଙ୍କୁ ଚିକିତ୍ସା କରାଯାଇପାରିବ। ଏହି ଔଷଧ ମଧ୍ୟ ପର୍ୟ୍ୟାପ୍ତ ପରିମାଣରେ ଗଚ୍ଛିତ ଥିବା ଔଷଧ କମ୍ପାନୀଗୁଡିକ ଜଣାଇଛନ୍ତି। ଆମେରିକା ସମେତ ୩୦ଟି ଦେଶ ଭାରତରୁ ଏହି ଔଷଧ ନେଉଥିବା ଜଣାଯାଇଛି। ଆମେରିକୀୟ ବିଶ୍ୱବିଦ୍ୟାଳୟର ଗବେଷକ ଏହାର ରୋଗପ୍ରତିରୋଧକ ଗୁଣ ଜାଣିବା ଲାଗି ପରୀକ୍ଷା କରୁଥିବା ବେଳେ ଆଇସିଏମ୍‍ଆର ଏହା ସଂକ୍ରମଣ କ୍ଷେତ୍ରରେ କାର୍ୟ୍ୟରତ ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ପ୍ରିଭେଣ୍ଟିଭ୍‍ (ନିବାରକ) ହୋଇପାରିବ ବୋଲି କହିଛି। ନ୍ୟୁୟର୍କ ଟାଇମ୍‍ସର ତଥ୍ୟ ଅନୁସାରେ ଚୀନ୍‍ ଏବଂ ଫ୍ରାନ୍ସର ଡାକ୍ତରମାନେ ଆଣ୍ଟିବାୟୋଟିକ୍‍ ଆଜିଥ୍ରୋମାଇସିନ୍‍ ସହ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ମିଶାଇ କରୋନା ଆକ୍ରାନ୍ତଙ୍କୁ ଦେବା ଦ୍ୱାରା ସୁଫଳ ମିଳିଥିବା ଜଣାଇଛନ୍ତି। ଇବୋଲା ସଂକ୍ରମଣରେ ଚିକିତ୍ସା ପାଇଁ ବ୍ୟବହାର କରାଯାଇଥିବା ରେମ୍‍ଡେସିଭିର, ଜାପାନିଜ୍‍ ଇନ୍‍ଫ୍ଲୁଏନ୍‍ଜାରେ ବ୍ୟବହୃତ ଫାଭିପାଇରେଭିର ସହ ଏଚ୍‍ଆଇଭି ସଂକ୍ରମଣ ଚିକିତ୍ସାରେ ବ୍ୟବହୃତ କାଲେଟ୍ରା ନାମକ ଔଷଧ ମଧ୍ୟ କୋଭିଡ-୧୯ ଚିକିତ୍ସା ଲାଗି ଉପଯୋଗୀ ହେବ ବୋଲି ଆଶା କରାଯାଉଛି। ଡାକ୍ତରମାନେ ବି ସାର୍ସ, ମର୍ସ ଏବଂ ଏଚ୍‍୧ଏନ୍‍୧ ଇନ୍‍ଫ୍ଲୁଏନ୍‍ଜା କ୍ଷେତ୍ରରେ ଉପଯୋଗ କରିଥିବା ପ୍ଲାଜ୍‍ମା ଚିକିତ୍ସା କୋଭିଡ-୧୯ ରୋଗୀଙ୍କଠାରେ ବ୍ୟବହାର କରିବାର ଯୋଜନା କରିଛନ୍ତି। ଏଥିରେ ଆରୋଗ୍ୟ ହୋଇଥିବା କୋଭିଡ-୧୯ ରୋଗୀଙ୍କଠାରୁ ପ୍ଲାଜ୍‍ମା ନିଆଯାଇ ଗୁରୁତର ଆକ୍ରାନ୍ତଙ୍କଠାରେ ଦିଆଯିବ। ଫଳରେ ସୁସ୍ଥ ଲୋକଙ୍କ ପ୍ଲାଜ୍‍ମାରେ ଥିବା ଆଣ୍ଟିବଡି ଅସୁସ୍ଥଙ୍କ ଶରୀରର ରୋଗପ୍ରତିରୋଧ ଶକ୍ତିକୁ ଏହି ଭୂତାଣୁ ସହ ଲଢିବାରେ ସକ୍ଷମ କରିପାରିବ ବୋଲି ଆଶା କରାଯାଉଛି।

ଡା. ନିରଞ୍ଜନ ତ୍ରିପାଠୀ

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories