www.samajalive.in
Monday, December 8, 2025
27.1 C
Bhubaneswar

୫ଜି ଆଣୁଛି ବିମାନ ସେବାରେ ବାଧା, ଉଡିପାରୁନି ବିମାନ

ନୂଆଦିଲ୍ଲୀ: ବିମାନ ସେବା ଉପରେ ବାଧକ ସାଜିଛି ୫ଜି । ଆମେରିକାରେ ୫ଜି ସେବା ଆରମ୍ଭ ପରେ ବିମାନ ଉଡାଣରେ ବାଧା ସୃଷ୍ଟି ହେଉଛି । ବର୍ତ୍ତମାନ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବା ବେଳେ, ଏୟାର୍ ଇଣ୍ଡିଆ, ଏମିରେଟ୍ସ ଓ ଲୁଫ୍ତାନ୍ସା ଆଦି ବିମାନସେବା ଆରମ୍ଭ ହେଉଛି । କିଛି ଅସୁବିଧା କାରଣରୁ ବିମାନସେବା ପ୍ରଦାନକାରୀ ସଂସ୍ଥା ଏକାଧିକ ବୋଇଂ ୭୭୭ ଉଡ଼ାଣ ଅଚାନକ ରଦ୍ଦ କରିଦେଇଥିଲେ। ଫଳରେ ଯାତ୍ରୀ ମାନେ ନାହିଁ ନଥିବାର ହଇରାଣ ହେଉଥିଲେ । ଏବେ ଆମେରିକାରେ ୮୦ ପ୍ରତିଶତ ବିମାନ ଉଡାଣ ଆରମ୍ଭ କରିଛି ।

ହେଲେ ୨୦ ପ୍ରତିଶତ ବିମାନ ଉଡାଣ କରିବାକୁ ଅନୁମତି ଦେଇନାହାନ୍ତି ଆମେରିକା ସରକାର । ଆମେରିକାରେ ୫ଜିକୁ ନେଇ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଭାରତରେ ୫ଜି ସେବା ଆରମ୍ଭକୁ ନେଇ ଚିନ୍ତା ବଢ଼ିଲାଣି । ଭାରତରେ ୫ଜି ସେବା ଆରମ୍ଭ କରିବାକୁ ଜୋରଦାର ପ୍ରସ୍ତୁତ କରୁଛନ୍ତି ଜିଓ ଓ ଏୟାରଟେଲ କମ୍ପାନୀ । କମ୍ପାନୀ ପକ୍ଷରୁ କୁହାଯାଇଛି କି, ଏହି ସେବା ଆରମ୍ଭ ପରେ ସେମତି କିଛି ଭାରତରେ ବାଧା ଉପୁଜିବ ନାହିଁ ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories