www.samajalive.in
Wednesday, December 10, 2025
18.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ୫୬ ତମ ଆଥେଲେଟିକ ମିଟ ଉଦଯାପିତ, ଗ୍ରୁପ ଚମ୍ପିୟାନ ପୁରୁଷ ବର୍ଗରେ ସିମିଳିଗୁଡା, ମହିଳା ବର୍ଗରେ ରାଇକିଆ

ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ବିଶ୍ଖେବବିଦ୍ୟାଳୟ ଳ ପଡିଆରେ ଦୁଇ ଦିନ ଧରି ଚାଲିଥିବା ଖେଳକୁଦ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଛି। ସମ୍ପାଦକ ଡ. ସାରଦା ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମୂହ କଲେଜର ଉନ୍ନୟନ ପରିଷଦର ନିର୍ଦ୍ଦେଶକ ପ୍ରଫେସର ସିଦ୍ଧାର୍ଥ ଶଙ୍କର ପଣ୍ଡା ଯୋଗ ଦେଇ ପାଠପଢ଼ା ସହ ଖେଳକୁଦର ଆବଶ୍ୟକ ରହିଛି।  ଖେଳକୁଦ ଦ୍ୱାରା ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସହାୟକ ହୋଇପାରିବ । ତାହାସହ ପ୍ରତ୍ୟେକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର ଗଣେଶ ସେଠୀ , ଡ. ସତ୍ୟ ନାରାୟଣ ସାହୁ, ଡ. ଶେଷଦେବ ପାତ୍ର, ଯୋଗ ଦେଇ କ୍ରୀଡ଼ାବିତ୍ତଙ୍କୁ ଉତ୍ସlହିତ କରିବା ସହ ଅଭ୍ୟାସ ଜାରି ରଖିବାକୁ କହିଥିଲେ । ଡ. ରବି ନାରାୟଣ ସାହୁ ସଭା ପରିଚାଳନା କରିଥିଲେ। ଗୁପ ଚାମ୍ପିଅନ୍ ପୁରୁଷ ବର୍ଗରେ  ଶିମିଳିଗୁଡ଼ା କଲେଜ ଶିମିଳିଗୁଡ଼ା,ମହିଳା ବର୍ଗରେ ଜୀବନ ଜ୍ୟୋତି ମହାବିଦ୍ୟାଳୟ ରାଇକିଆ ହୋଇଥିବା ବେଳେ ପୁରୁଷ ବର୍ଗରେ ଜୀବନ ଜ୍ୟୋତି ମହାବିଦ୍ୟାଳୟ ରାଇକିଆର ଆକାଶ ସିଂ ୫୦୦୦,୧୫୦୦,୮୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ  ୪୦୦ ମିଟର ଦୌଡ଼ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ବ୍ୟକ୍ତିଗତ ଚାମ୍ପିଅନ୍ ହୋଇଛନ୍ତି।
ସେହିପରି ମହିଳା ବର୍ଗରେ ଜୀବନ ଜ୍ୟୋତି ମହାବିଦ୍ୟାଳୟ ରାଇକିଆର ମୁକ୍ତାଞ୍ଜଳି ପ୍ରଧାନ ୨୦୦,୮୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୧୦୦ ମିଟର ଦୌଡ଼ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ବ୍ୟକ୍ତିଗତ ଚାମ୍ପିଅନ୍ ହୋଇଛନ୍ତୁ । ଚଳିତ ବର୍ଷ ଜାଭଲିଂ ଥ୍ରୋରେ ଫିରିଙ୍ଗିୟା ପଞ୍ଚାୟତ ଡିଗ୍ରୀ କଲେଜର ରତ୍ନାକର ପାଲଟାସିଂ ୬୦.୪୨ ମିଟର ଫିଙ୍ଗି ରେକର୍ଡ ସୃଷ୍ଟି କରିଥିବା ବେଳେ ହାମାର ଥ୍ରୋରେ ପାରଳାଖେମୁଣ୍ଡି ଏସ. କେ. ସି. ଜି କଲେଜର ନିର୍ମଳ ଜେନା ୪୩.୯୮ ମିଟର ଫିଙ୍ଗି ରେକର୍ଡ ସୃଷ୍ଟି  କରିଛନ୍ତି। କୃତୀ କ୍ରୀଡ଼ାବିତ୍ତଙ୍କୁ ଅତିଥି ମାନେ ଟ୍ରଫି ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ l ଶେଷରେ ସୁଧାକର ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରବି ଚରଣ ମିଶ୍ର, ରାଜେଶ ମହାନ୍ତି, କ୍ରିଷ୍ଣା ରେଡ୍ଡୀ, ରବି ବେହେରା,ଧନୁ ଦାସ, ସୁନିତା ପାତ୍ର, ମନୋରମା ମହାରଣା, କବିରାଜ ଗୌଡ଼ଙ୍କ ସମେତ ବିଭିନ୍ନ କଲେଜ ପିଇଟି, ଶିକ୍ଷକ, ଅଣ ଶିକ୍ଷକ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories