www.samajalive.in
Tuesday, December 9, 2025
16.1 C
Bhubaneswar

ଆୟୁଷ ଡାକ୍ତରଖାନାରେ ୫୦% ପଦ ଖାଲି

ଭୁବନେଶ୍ବର : ରାଜ୍ୟର ୩୦ଟି ଜିଲାରେ ୬୧୯ଟି ଆୟୁର୍ବେଦ, ୫୬୦ ହୋମିଓପାଥି ଓ ୯ଟି ୟୁନାନି ଆୟୁଷ ହସ୍‌ପିଟାଲ୍ ରହିଛି। ଏସବୁ ହସ୍‌ପିଟାଲ୍‌ରେ ୫୦%ରୁ ଅଧିକ ପଦବୀ ଖାଲିପଡ଼ିଛି। ଫଳରେ ବିଭିନ୍ନ ସ୍ଥାନରେ ରୋଗୀ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।
ନିର୍ଦେଶକ ଡା.ଅଶ୍ବିନୀ କୁମାର ମିଶ୍ର କହିଛନ୍ତି ଯେ ରାଜ୍ୟର ୩୦ଟି ଜିଲାରେ ଖାଲିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ୨୦୧୯ରେ ୩୭୧ଟି ଆୟୁଷ ଡାକ୍ତର ଏବଂ ୮୭୮ ଆୟୁଷ ଆସିଷ୍ଟାଣ୍ଟ ଡାକ୍ତର ପଦ ପୂରଣ କରାଯିବ। ଆୟୁଷ ଡାକ୍ତର ନିଯୁକ୍ତି ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିବାବେଳେ ଆୟୁଷ ଆସିଷ୍ଟାଣ୍ଟ ଡାକ୍ତର ପଦ ପୂରଣ ନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ ଆୟୁଷ ନିର୍ଦେଶାଳୟରେ ଖାଲିଥିବା ପଦଗୁଡ଼ିକ ପୂରଣରେ ସମୟ ଲାଗିବ। ୨୦୧୯ରେ ଆୟୁଷ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ନିର୍ମାଣ ସାଙ୍ଗକୁ ଭିତ୍ତିଭୂମିର ବିକାଶ କରାଯିବ। ରାଜ୍ୟର ସବୁବର୍ଗର ଲୋକଙ୍କୁ କିଭଳି ଚିକିତ୍ସା ସେବା ଯୋଗାଇ ଦିଆଯିବ ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇଛି।
ରାଜ୍ୟର ୩୦ଟି ଜିଲାରେ ୧୭୯ ଆୟୁର୍ବେଦ ଓ ୨୬୩ ହୋମିଓପାଥି ପଦ ପୂରଣ ପାଇଁ ପ୍ରାର୍ଥୀ ମନୋନୟନ କରିବା ଲାଗି ୨୦୧୭ଷଣ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)କୁ ଚିଠି ଲେଖିଥିଲେ। ସେଥିମଧ୍ୟରୁ ୨୦୧୮ରେ ୫୦ଜଣ ଆୟୁର୍ବେଦ ଓ ୧୬୯ଜଣ ହୋମିଓପାଥି ଡାକ୍ତର ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଗତବର୍ଷ ସରକାର ସର୍ବାଧିକ ୫୮୧ଜଣ ଏଲୋପାଥି ଡାକ୍ତର ଓ ୧୫୦ଜଣ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦେଇଛନ୍ତି। ତଥାପି ବହୁ ଆୟୁର୍ବେଦ ଓ ହୋମିଓପାଥି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ରହିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭିନ୍ନ ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସା କେନ୍ଦ୍ରରେ ଜନସାଧାରଣଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଚୁକ୍ତିଭିତ୍ତିକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ନେବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ୮୭୮ଜଣ ଆୟୁର୍ବେଦ ଓ ହୋମିଓପାଥି ଆସିଷ୍ଟାଣ୍ଟ, ୫୦୦ରୁ ଅଧିକ ଏଲୋପାଥି ଡାକ୍ତର, ୨୫୦ରୁ ଊର୍ଦ୍ଧ୍ବ ଦନ୍ତ ଚିକିତ୍ସକ ଓ ୫ଜଣ ୟୁନାନି ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଓପିଏସ୍‌ସି ମନୋନୟନ କରିବା ପରେ ବିଭିନ୍ନ ସ୍ଥାନରେ ଖାଲିଥିବା ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଅବସ୍ଥାପିତ କରାଯିବ ବୋଲି ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories