www.samajalive.in
Tuesday, December 9, 2025
26.1 C
Bhubaneswar

ସୁଧୀର ମହାନ୍ତି ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ

ଭୋପାଳ : ଓଡ଼ିଆ ଅଫିସର ସୁଧୀର ରଞ୍ଜନ ମହାନ୍ତି ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ୧୯୮୨ ବ୍ୟାଚ ଆଇଏଏସ୍ ଅଫିସର ସୁଧୀର ମଙ୍ଗଳବାର ତାଙ୍କର ଦାୟିତ୍ବ ଗ୍ରହଣ କରିଛନ୍ତି। ଶିବରାଜ ସିଂହ ଚୌହାନଙ୍କ ନେତୃତ୍ବ ସରକାରରେ ସୁଧୀର ଉପେକ୍ଷିତ ହୋଇ ଆସିଥିବାବେଳେ ଏବେ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଡିସେମ୍ବର ୩୧ରେ ବିପି ସିଂହ ମୁଖ୍ୟ ସଚିବ ପଦରୁ ଅବସର ନେବା ପରେ ଏହି ପଦ ଲାଗି ସୁଧୀରଙ୍କ ନାମ ଚର୍ଚ୍ଚାରେ ରହିଥିଲା ବେଳେ ମୁଖ୍ୟମନ୍ତ୍ରୀ କମଲ ନାଥ ତାଙ୍କୁ ଏହି ପଦ ଲାଗି ମନୋନୀତ କରିଥିଲେ। ଶିବରାଜ ସିଂହଙ୍କ ସରକାରରେ ତାଙ୍କୁ ମାଧ୍ୟମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଆଇଆଇଏମ୍ ଅହମଦାବାଦରୁ ଶିକ୍ଷା ଲାଭ କରିଥିବା ସୁଧୀର କହିଛନ୍ତି ଯେ କୃଷି ଋଣ ଛାଡକୁ କାର୍ଯ୍ୟକାରୀ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ରହିବ। ଭଦ୍ରକ ମୂଳ ବାସିନ୍ଦା ସୁଧୀର ରଞ୍ଜନ ମହାନ୍ତି ଭୁବନେଶ୍ବର ସହିଦ ନଗରସ୍ଥିତ ସ୍ବର୍ଗତ ପ୍ରଫୁଲ୍ଲ ମହାନ୍ତିଙ୍କ ସାନପୁଅ। ସେ ହେଉଛନ୍ତି ଅବସରପ୍ରାପ୍ତ ଚିଫ୍‌ ଇଞ୍ଜିନିୟର ଅଜିତ ରାୟ ଓ ଶକୁନ୍ତଳା ରାୟଙ୍କ ଜ୍ବାଇଁ ଏବଂ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତିଙ୍କ ଭାଣିଜୀ ଜ୍ବାଇଁ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories