ଡେସ୍କ: ପାକିସ୍ତାନରେ, ସୋମବାର ତାଲିବାନ ଆତଙ୍କବାଦୀମାନେ ଏକ ରାଷ୍ଟ୍ରାୟତ୍ତ ଗ୍ୟାସ୍ କମ୍ପାନୀ ଦଳକୁ ସୁରକ୍ଷା ଦେଉଥିବା ଅର୍ଦ୍ଧସାମରିକ ବାହିନୀ ଉପରେ ଆକ୍ରମଣ କରିବା ଫଳରେ ଅତି କମରେ ପାଞ୍ଚ ଜଣ ଅର୍ଦ୍ଧସାମରିକ ସୈନିକ ନିହତ ହୋଇଛନ୍ତି ଏବଂ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି।
ଖାଇବର ପଖତୁନଖ୍ୱା ପ୍ରଦେଶର ଡେରା ଇସମାଇଲ ଖାନ ଜିଲ୍ଲାର କୋଟ ଲାଲୁ ନିକଟରେ ଏହି ଘଟଣା ଘଟିଛି, ଯେଉଁଠାରେ ସୈନିକମାନେ ସୁଇ ନର୍ଦର୍ଣ୍ଣ ଗ୍ୟାସ୍ ପାଇପଲାଇନ୍ କମ୍ପାନୀର ଶ୍ରମିକମାନଙ୍କୁ ସୁରକ୍ଷା ପ୍ରଦାନ କରୁଥିଲେ। ଅଧିକାରୀମାନେ କହିଛନ୍ତି ଯେ ଆକ୍ରମଣକାରୀମାନେ ନିଷିଦ୍ଧ ତେହେରିକ-ଏ-ତାଲିବାନ୍ ପାକିସ୍ତାନ ବା ଟିଟିପିର ଥିଲେ। ଆତଙ୍କବାଦୀମାନେ କୌଣସି ଚେତାବନୀ ନ ଦେଇ ଗୁଳି ଚଳାଇବାରୁ ଏଭଳି ଘଟଣା ଘଟିଛି। ପାଲଟା କାର୍ଯ୍ୟାନୁଷ୍ଠାନରେ, ସୁରକ୍ଷା ବାହିନୀ ଅତି କମରେ ୮ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି।
ଆହତ ସୁରକ୍ଷା କର୍ମୀଙ୍କୁ ଚିକିତ୍ସା ପାଇଁ ଡେରା ଇସମାଇଲ ଖାନର ସଂଯୁକ୍ତ ସାମରିକ ହସ୍ପିଟାଲ (ସିଏମଏଚ୍)କୁ ସ୍ଥାନାନ୍ତର କରାଯାଇଛି।



