www.samajalive.in
Monday, December 8, 2025
13.1 C
Bhubaneswar

୫ ଅଫୁଟା ବୋମା ଜବତ, ୩ ଗିରଫ

ଚୌଦ୍ୱାର : ଚୌଦ୍ୱାର ପୁଲିସ ହାଉସିଂବୋର୍ଡ଼ ସ୍ଥିତ ମାଉସୀ ମା ମନ୍ଦିର ନିକଟରୁ ଏକ ଜରି ବ୍ୟାଗରେ ରଖା ଯାଇଥିବା ୫ଟି ଅଫୁଟା ବୋମା ଜବତ କରିବା ସହିତ ୩ଜଣକୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଏହି ଥାନା ଅଧିନ ଆଗ୍ରାହାଟ ପରିଡା ସାହିର ନିହାର ରଞ୍ଜନ ବେଉରା, ଯାଜଭୈରବ ନୁଆଗାଁର ତ୍ରିଲୋଚନ ସାମଲ ଓ କେଦାରେଶ୍ୱରର ଦୀପକ ରାଉତ ଓରଫ ଦିପୁଆ। ସେମାନଙ୍କ ନିକଟରୁ ୫ଟି ଜୀବନ୍ତ ବୋମା ଜବତ କରିବା ସହିତ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ହାଉସିଂବୋର୍ଡ କଲୋନୀର ମାଉସୀ ମା’ ମନ୍ଦିର ନିକଟରେ ଅଭିଯୁକ୍ତ ନିହାର ଓ ତାର ସହେଯାଗୀ ବୋମା ରଖିଥିବା ଓ କୌଣସି ସ୍ଥାନରେ ଆକ୍ରମଣ ପାଇଁ ଯୋଜନା କରୁଥିବା ଏସ୍ଆଇ ତପସ୍ୱିନୀ କାନୁନଗୋ ସୋମବାର ରାତିରେ କୌଣସି ସୁତ୍ରରୁ ଖବର ପାଇଥିଲେ। ପୁଲିସ ଟିମ ତୁରନ୍ତ ଉକ୍ତ ସ୍ଥାନରେ ଚଢାଉ କରି ଘଟଣାସ୍ଥଳରୁ ୩ଜଣଙ୍କୁ କାବୁ କରିବା ସହିତ ଏକ ଜରି ବ୍ୟାଗରେ ରଖା ଯାଇଥିବା ବୋମା ଗୁଡିକୁ ଜବତ କରିଥିଲେ । ଚଢଉ ସମୟରେ ୨ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ ସୂଚନା ଦେଇଛନ୍ତି। ଥାନାରେ ପଚରାଉଚରା କରିବାରେ ପୁର୍ବରୁ ଏକ ବାଲି ଯୋଗାଣ ଘଟଣାରେ ପଇସା କାରବାରକୁ ନେଇ ଲେବରଟେର୍ଣ୍ଣାମେଣ୍ଟ କଲୋନୀରେ ରହୁଥିବା ମନୋଜ ସାହୁ ନାମକ ଜନୈକ ବ୍ୟକ୍ତିଙ୍କ ସହିତ ଡ୍ୟାମ୍ ଓରଫ ପିଣ୍ଟୁଙ୍କର ପାଟିତୁଣ୍ଡହେବା ସହିତ ଶତୃତା ରହିଥିଲା। ଯାହାର ପ୍ରତିଶୋଧ ନେବାପାଇଁ ପିଣ୍ଟୁ ନିହାର ଓ ତା ସହଯୋଗୀମାନଙ୍କ ସହାୟତା ନେଇଥିଲା। ସେମାନେ ମନୋଜଙ୍କ ଘର ଉପରକୁ ବୋମାମାଡ କରିବା ପାଇଁ ଯୋଜନା କରୁଥିବା ସ୍ୱିକାର କରିଥିବା ଆଇଆଇସି ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ଉକ୍ତ ବୋମାକୁ ଜଗତପୁରର କାଠବାଡ଼ ଗ୍ରାମର ପରଶୁ ଲେଙ୍କା ଠାରୁ ଆଣିଥିବା ଅଭିଯୁକ୍ତମାନେ ପୁଲିସ୍‌କୁ ସୂଚନା ଦେଇଛନ୍ତି । ପୁର୍ବରୁ ନିହାର ନାମରେ ଚୌଦ୍ୱାର ଥାନାରେ ୧୨ଟି, ତ୍ରିଲୋଚନ ନାମରେ ୪ଟି ଓ ଦୀପକ ନାମରେ ୫ଟି ମାମଲା ଥିବା ଜଣାପଡ଼ିଛି। ଘଟଣା ସହିତ ସଂପୃକ୍ତ ଥିବା ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଶ୍ରୀ ପତି ପ୍ରକାଶ କରିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories