କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇଠାରୁ ଆନ୍ଧ୍ରପ୍ରଦେଶର ପାର୍ବତୀପୂରମ ସହରକୁ ଚୋରା ଚାଲାଣ କରାଯାଉଥିବା ୫ ମଇଁଷିଙ୍କୁ ଗୁରୁବାର ଉଦ୍ଧାର କରାଯାଇଛି। ପୁଲିସ କଲ୍ୟାଣସିଂହପୁର ଅଞ୍ଚଳରେ ଚଢ଼ାଉ କରି ଏକ ପିକ୍ଅପ ଭ୍ୟାନ(ଓଡି ୧୮ ସି ୭୭୭୪)କୁ ଜବତ କରିବା ସହିତ ମଇଁଷିଙ୍କୁ ଉଦ୍ଧାର କରିଛି। ପୁଲିସ ପିକ୍ଅପ ଭ୍ୟାନର ଡ୍ରାଇଭର ଏବଂ ମଇଁଷିଙ୍କୁ ନେଇ ଯାଉଥିବା ବ୍ୟକ୍ତିଙ୍କୁ ପୁଲିସ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି।
ଆନ୍ଧ୍ରକୁ ଚୋରା ଚାଲାଣ ବେଳେ ଗାଡ଼ି ସହ ୫ ମଇଁଷି ଜବତ
Popular Categories



