ଅପରାହ୍ନ ୪ଟା ମୁଖ୍ୟ ଖବର

ରାଜଧାନୀ ଭୁବନେଶ୍ଵରରେ ୩୫ ଡିଗ୍ରୀ ଟପିଲା ତାପମାତ୍ରା.. ରବିବାର ଦିନ ୨ଟା ୩୦ସୁଦ୍ଧା ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ଼..

ବିଜେଡିକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ଼ ବୟାନ.. ଆଗାମୀ ନିର୍ବାଚନ ବେଳକୁ ବିଜେଡି ଆଉ ନଥିବ.. ବିଜେଡି ଶେଷ ହୋଇ ହୋଇ ଯାଉଛି.. ବିଜେପି ଏକ ହୋଇକି ଅଛି.. ମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ବିଧାୟକମାନେ ଅସନ୍ତୁଷ୍ଟ ପ୍ରଶ୍ନରେ ଉତ୍ତର ଦେଇ ଏ କଥା କହିଛନ୍ତି ଯୋଗାଣ ମନ୍ତ୍ରୀ..

ରାଉରକେଲାରେ ଲଜ୍ଜା.. ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ନେଇ ଚାନ୍ଦିପୋଷ ଥାନାରେ ଅଭିଯୋଗ.. ଅଭିଯୁକ୍ତ ଫେରାର..

୩୧ ମାର୍ଚ୍ଚ ସୁଭଦ୍ରା ଆବେଦନର ଶେଷ ତାରିଖ.. ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା..

୩୦୦ ଦିନିକିଆ କ୍ଲବ୍‌ରେ ବିରାଟ.. ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଭାରତ ଏବଂ ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ୩୦୦ତମ ଏକଦିବସୀୟ ମ୍ୟାଚ୍ ଖେଳିଲେ ବିରାଟ କୋହଲି.. ଏହା ସହିତ ୭ମ ଭାରତୀୟ ଭାବେ ୩୦୦ ଦିନିକିଆ କ୍ଲବ୍‌ରେ ପ୍ରବେଶ କଲେ ବିରାଟ..

ଅଙ୍ଗନବାଡି କେନ୍ଦ୍ରକୁ ଦିଆଯାଉଥିବା ଅଣ୍ଡା ଦର ବୃଦ୍ଧି.. ଶିଶୁଙ୍କ ପୋଷଣକୁ ଦୃଷ୍ଟିରେ ରଖି ଅଣ୍ଡାର ମୂଲ୍ୟ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତି..

Comments are closed.