www.samajalive.in
Tuesday, December 9, 2025
16.1 C
Bhubaneswar

୭ଟି ଜିଲ୍ଲାରୁ ୪ଲକ୍ଷ ୧୨ହଜାର ୨୯୬ଜଣ ଚାଷୀଙ୍କୁ ମିଳିଛି ଟୋକନ – ଖାଉଟି କଲ୍ୟାଣ ମନ୍ତ୍ରୀ

ରାଜ୍ୟରେ ଧାନ ବିକ୍ରି ପାଇଁ ମଣ୍ଡି ଖୋଲିବା ଓ ଚାଷୀମାନେ ଟୋକନ ପାଇବା ସମସ୍ୟା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ସେ କ୍ଷେତ୍ରରେ ତତ୍ପରତା ଦେଖାଇଛନ୍ତି। ଆଜି ଖାଉଟି କଲ୍ୟାଣ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ କରିଛନ୍ତି। ରାଜ୍ୟର ୭ଟି ଜିଲ୍ଲାରୁ ମୋଟ ୪ ଲକ୍ଷ ୬୧ ହଜାର ୪୬୨ ଜଣ ଚାଷୀ ପଞ୍ଜୀକୃତ କରିଥିବା ବେଳେ ତନ୍ମଧ୍ୟରୁ ୪ ଲକ୍ଷ ୧୨ ହଜାର ୨୯୬ ଜଣ ଚାଷୀ ଟୋକନ ପାଇ ସାରିଛନ୍ତି।


ସୂଚନା ମୁତାବକ, ବରଗଡ଼ ଜିଲ୍ଲାରେ ୧ ଲକ୍ଷ ୩୩ ହଜାର ୯୩ ଜଣ ପଂଜିକୃତ ଚାଷୀଙ୍କ ମଧ୍ୟରୁ ୧ ଲକ୍ଷ ୨୯ ହଜାର ୨୩୮ ଜଣଙ୍କ ତନଖି ସାରିଥିବା ବେଳେ ୧ ଲକ୍ଷ ୨୭ ହଜାର ୨୩୦ ଜଣ ଚାଷୀଙ୍କୁ ଟୋକନ ମିଳିଛି। ସେହିପରି ବଲାଙ୍ଗୀରରେ ୬୬ ହଜାର ପଂଜିକୃତ ଚାଷୀଙ୍କ ମଧ୍ୟରୁ ୫୭ ହଜାର ୫୬୦ ଜଣ, କଳାହାଣ୍ଡିରେ ୮୪ ହଜାର ୫୩ ଜଣ ପଂଜିକୃତ ଚାଷୀଙ୍କ ମଧ୍ୟରୁ ୮୨ ହଜାର ୧୦୯ ଜଣ, କୋରାପୁଟରେ ୩୪ ହଜାର ୯୪୩ ଜଣ ପଂଜିକୃତ ଚାଷୀଙ୍କ ମଧ୍ୟରୁ ୨୫ ହଜାର ୬୫ ଜଣ, ନୂଆପଡ଼ାରୁ ୩୩ ହଜାର ୭୪୨ ଜଣ ପଂଜିକୃତ ଚାଷୀଙ୍କ ମଧ୍ୟରୁ ୩୧ ହଜାର ୩୦୬ ଜଣ, ସମ୍ବଲପୁରରେ ୫୩ ହଜାର ୧୪୭ ଜଣ ପଂଜିକୃତ ଚାଷୀଙ୍କ ମଧ୍ୟରୁ ୫୧ ହଜାର ୬୬୮ ଜଣ ଓ ସୋନପୁରରେ ୫୫ ହଜାର ୭୦୨ ଜଣ ପଂଜିକୃତ ଚାଷୀଙ୍କ ମଧ୍ୟରୁ ୩୭ ହଜାର ୩୫୮ ଜଣ ଚାଷୀ ଟୋକନ ପାଇଥିବା ମନ୍ତ୍ରୀ ଟ୍ୱିଟ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories