www.samajalive.in
Wednesday, December 10, 2025
26.1 C
Bhubaneswar

ସଙ୍ଗଠନ ସଜାଡ଼ୁଛି ବିଜେଡ଼ି: ୪୫ ସମ୍ପାଦକ, ୪୧ ଯୁଗ୍ମ ସମ୍ପାଦକଙ୍କୁ ନିଯୁକ୍ତି ଦେଲେ ନବୀନ

ଦଳରେ ଦ୍ବିତୀୟ ଓ ତୃତୀୟ ପିଢ଼ି ନେତା ଗଢ଼ା କାର୍ଯ୍ୟକ୍ରମର ପଡ଼ିଲା ମୂଳଦୁଆ

ନିଯୁକ୍ତି ପାଇଥିବା ୯୬ ଜଣଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୪୫ ବର୍ଷରୁ କମ୍

ଭୁବନେଶ୍ବର : କରୋନା ଯୋଗୁଁ ରାଜନୈତିକ କାର୍ଯ୍ୟକ୍ରମ ପ୍ରାୟ ବନ୍ଦ । ଏହା ସତ୍ତ୍ବେ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ବିଜେଡ଼ି ଚଳାଇଛି ତାହାର ଗୋଟି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼  କରିବା ନିମନ୍ତେ ପୂର୍ବରୁ ବରିଷ୍ଠ ଉପସଭାପତି, ସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ, ସମ୍ପାଦକ ଭାବରେ ପ୍ରାୟ ୫ ଡ଼ଜନ ନେତାଙ୍କୁ ନିଯୁକ୍ତି ଦେଇଥିଲେ । ଏବେ ଦଳରେ ୪୫ ଜଣ ସମ୍ପାଦକ ଓ ୪୧ ଜଣ  ଯୁଗ୍ମ ସମ୍ପାଦକଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳର ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ନିଯୁକ୍ତି ପାଇଥିବା ୯୬ ଜଣଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ପ୍ରାୟ ୪୫ ବର୍ଷରୁ କମ୍ । ୪୫ରୁ ୫୦ ବର୍ଷ ମଧ୍ୟରେ ଖୁବ୍ କମ୍ ଯୁବ ନେତା ଏହି ନୂଆ ତାଲିକାରେ ସାମିଲ ହୋଇଛନ୍ତି । ପ୍ରଥମ ଓ ଦ୍ବିତୀୟ ପିଢ଼ି ନେତାଙ୍କୁ ସହାୟତା ଦେବା ନିମନ୍ତେ ତୃତୀୟ ପିଢ଼ିକୁ ଦଳରେ ପ୍ରସ୍ତୁତ କରାଯାଉଥିବା ଏହି ନୂଆ ତାଲିକାରୁ ସ୍ପଷ୍ଟ ହୋଇ ଯାଇଛି । ଏହି ସମ୍ପାଦକ ଓ ଯୁଗ୍ମ ସମ୍ପାଦକମାନଙ୍କୁ ବିଭିନ୍ନ ବର୍ଗର ଦାୟିତ୍ବ ଦିଆଯାଇଛି । ଯୁବବ୍ୟାପାର, ମହିଳା ସଶକ୍ତିକରଣ, ଅନୁସୂଚୀତ ଜାତି ଓ ଜନଜାତି ବିକାଶ, କଳା-ସଂସ୍କୃତି, ସଂଖ୍ୟାଲଘୁ ବ୍ୟାପାର, ସାମାଜିକ କଲ୍ୟାଣ, ପରିବେଶ ବିକାଶ,  ଓଡ଼ିଶା ମୋ-ପରିବାର ପରି ବିଭାଗ ବଣ୍ଟନ କରାଯାଇଛି।

- Advertisement -

BJD Secretaries List

କିଶୋର ଚନ୍ଦ୍ର ତରାଇ, ସଂଘମିତ୍ରା ଦଳାଇ, ଅନୁଭବ ପଟ୍ଟନାୟକ, କେ. ଶାନ୍ତି, ବିଷ୍ଣୁପ୍ରିୟା ଦାସ, ଅମରିଶ ପତ୍ରୀ, ରଣଜିତ୍ ମହାପାତ୍ର, ଅମରଜିତ ସେନାପତି, ମନ୍ଦାକିନୀ କର, ବିଶ୍ବଜିତ୍ ସାମନ୍ତରାୟ, ଚିନ୍ମୟ ସାହୁ, ଅମରେଶ ଜେନା, ସୌଭାଗ୍ୟ ନାୟକ, ସୁବ୍ରମଣ୍ୟମ ମହାନ୍ତି, ସୁବାସ ମହାରଣା, ଶୈଳେଶ ଦାନୀ, ରବି ନାରାୟଣ ନନ୍ଦ, ସଂଗ୍ରାମ କେଶରୀ ପାଇକରାୟ, ଶଶି ସାହୁ, ପ୍ରୟାସକାନ୍ତି ସାମଲ, ମାରୁତ ପାଲୋ, ଶେଖ ନିଜାମୁଦ୍ଦିନ, ମହମ୍ମଦ ଡ଼ବ୍ଲୁ ସକୀଲ, ଭୁବନେଶ୍ବର କିସାନ, ଭାରତୀ ସିଂହ, କୃଷ୍ଣଚନ୍ଦ୍ର ଦାସ, ସୁବାସ ପାତ୍ର, ଦୁର୍ଗା ସାମନ୍ତରାୟ, ଅଜୟ ନାୟକ, ଶିଶିର ପରିଜା, ମୀରା ପରିଡ଼ା, ପୁଷ୍ପେନ୍ଦ୍ର ସିଂହଦେଓ, ସରୋଜ କର୍ଣ, ଟି.ପ୍ରସାଦ ରାଓ ଦୋରା, ଜଗଦୀଶ ପାତ୍ର, ସ୍ବାଧୀନ ନାୟକ, କୁନବିହାରୀ ଦାସ, ସନ୍ତୋଷ ପଟ୍ଟନାୟକ, ହର୍ଷବର୍ଧନ ସିଂହ ଦେଓ, ରଞ୍ଜିତ ସାହୁ, ଉତ୍ତରା ପାତ୍ର, ତପନ ଦାସ, କୃଷ୍ଣ ପଣ୍ଡା, ତ୍ରିନାଥ ଗୋଏଲ, ଚନ୍ଦ୍ରକାନ୍ତ ସାମଲ ପ୍ରମୁଖଙ୍କୁ ସମ୍ପାଦକ ଭାବରେ ନିଯୁକ୍ତି ମିଳିଛି ।

BJD Joint Secretaries List

ସେହିପରି ଯୁଗ୍ମ ସମ୍ପାଦକ ଭାବରେ ସଞ୍ଜୟ ବାବୁ, ସଞ୍ଜିତ ମହାନ୍ତି, ଏମ.ଧନଞ୍ଜୟ ରେଡ଼୍ଡ଼ୀ, ସନ୍ତୋଷ ବେଜ, ସମୀର ପ୍ରଦାନ, ଦେବାଶିଷ ସିଟ, ଜ୍ୟୋତିରଞ୍ଜନ ଜେନା, ପୃଥ୍ବୀରାଜ ସାହ, ପ୍ରକାଶ କୁମାର ଡ଼ାଙ୍ଗ, ଡ଼େଜାଲିନ୍ ମହାପାତ୍ର, ସ୍ବରାଜଲକ୍ଷ୍ମୀ ସାମଲ, ରିଜୱାନ ବେଗମ୍, ସଂଘମିତ୍ରା ଜେନା, ସମ୍ବିତ ମହାପାତ୍ର, ସମ୍ବିତ ପ୍ରଧାନ, ଜାକିର ଖାଁ, ପ୍ରଦୀପ ବିଶୋୟୀ, ଚକ୍ରଧର ହେମ୍ବ୍ରମ, ଧର୍ମେନ୍ଦ୍ର ଅଧିକାରୀ, ଦିଲ୍ଲୀପ ଧୁରିଆ, ଅବନୀ ରଞ୍ଜନ ଯୋଶୀ, ରାକେଶ ରାମ, କୈଳାଶ ରଣା, ପ୍ରଶାନ୍ତ ନାୟକ, ଅଶୋକ ସାହୁ, ଜଗନ୍ନାଥ ଦାସ, ହରିଶଙ୍କର ରାଉତ, ତୁମ୍ବନାଥ ପଣ୍ଡା, ହିମାଂଶୁ ଦାସ, ସତ୍ୟରଞ୍ଜନ ଦାସ, ରାଜକମଳ ଜେନା, ଜ୍ଞାନଗିରି ଗୋସ୍ବାମୀ, ପୁଲକ ମହାନ୍ତି, ରାକେଶ ପଣ୍ଡା, ଗତିକୃଷ୍ଣ ନନ୍ଦ, ତନ୍ମୟ ସ୍ବାଇଁ, କିଶୋର ନାୟକ, ରଞ୍ଜିତ ରାୟ, ରାଜେଶ ପଣ୍ଡା, ରୁଦ୍ର ସାମନ୍ତରାୟ, ଦୀପ୍ତିକାନ୍ତ ପରିଜାଙ୍କୁ ଯୁଗ୍ମ ସମ୍ପାଦକ ଭାବରେ ନିଯୁକ୍ତି ଦିଆଯାଇଛି ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories