www.samajalive.in
Friday, December 5, 2025
26.1 C
Bhubaneswar

ରାଜ୍ୟରେ ଖସୁଛି ବଢୁଛି ଦୈନିକ ସଂକ୍ରମଣ; ୨୪ ଘଣ୍ଟାରେ ନୂଆ ୪୪୩ ଆକ୍ରାନ୍ତ ଚିହ୍ନଟ, ୩ ମୃତ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଗ୍ରାଫ କେତେବେଳେ ତଳକୁ ଖସୁଛି ତ କେତେବେଳେ ପୁଣି ଉପରମୁହାଁ ହେଉଛି । ଶୁକ୍ରବାର ଦିନ ରାଜ୍ୟରେ ଦୈନିକ ନୂଆ ସଂକ୍ରମଣ ସଂଖ୍ୟା ୪୦୦ ତଳକୁ ଖସିଥିବାବେଳେ ଶନିବାର ପୁଣି ଏହା ୪୦୦ ଟପିଛି ଏବଂ ୪୪୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୨୪୮ ଓ ସ୍ଥାନୀୟ ସଂକ୍ରମିତ ୧୮୫ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୭୫ ଜଣ ରହିଛନ୍ତି । ରାଜ୍ୟର ଅନୁଗୁଳ ଜିଲାରୁ ୧, ବାଲେଶ୍ୱର ୧୪, ବରଗଡ ୨, ଭଦ୍ରକ ୫, ବଲାଙ୍ଗିର ୩, କଟକରୁ ୨୭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୧, ଜଗତସିଂହପୁର ୭, ଯାଜପୁର ୧୧, କଳାହାଣ୍ଡି ୧, କେନ୍ଦ୍ରାପଡା ୧୦, ଖୋର୍ଦ୍ଧାରୁ ୨୪୩ ଚିହ୍ନଟ ହୋଇଛନ୍ତି । କୋରାପୁଟରୁ ୪, ମୟୁରଭଞ୍ଜ ୨୦, ନୟାଗଡ ୪, ପୁରୀ ୧୩, ରାୟଗଡା ୨, ସମ୍ବଲପୁର ୬, ସୁନ୍ଦରଗଡ ୧୧ ଓ ଷ୍ଟେଟପୁଲରୁ ୫୮ ଜଣ ଚିହ୍ନଟ ହୋଇଛନ୍ତି । ଦିନକରେ ୫୬୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂପ୍ରତି ରାଜ୍ୟରେ ୪୯୯୭ ଜଣ କରୋନା ସଂକ୍ରମିତ ରହିଛନ୍ତି । ଏଥିସହିତ ଦିନକ ମଧ୍ୟରେ ୩ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । କଟକରେ ଦୈନିକ ସଂକ୍ରମଣ ସଂଖ୍ୟା ପୂର୍ବାପେକ୍ଷା ଯଥେଷ୍ଟ ହ୍ରାସ ପାଇଥିବାେବେଳେ ଖୋର୍ଦ୍ଧାରେ ତାହା ୨୦୦ରୁ ଅଧିକ ରହୁଥିବା ଲକ୍ଷ୍ୟ କରାଯାଇଛି ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories