www.samajalive.in
Monday, December 8, 2025
17.1 C
Bhubaneswar

ବିଦା ହେଲେ ୪୧ ‘ଆହାର’ କର୍ମଚାରୀ: ମହିଳା ସଶକ୍ତିକରଣ ନାଁରେ ବେରୋଜଗାରୀକରଣ

ସମ୍ବଲପୁର: ରାଜ୍ୟ ସରକାର ଗୋଟିଏ ପଟେ ସ୍ବୟଂ ସହାୟକ ଗୋଷ୍ଠୀ(ଏସଏଚ୍‌ଜି)କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରି ମହିଳା ସଶକ୍ତିକରଣ କରୁଥିବାବେ​‌େ​‌ଳ ଅନ୍ୟପଟେ ଅସ୍ଥାୟୀ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରି ବେରୋଜଗାରୀକରଣ କରୁଥିବା ଦେଖାଯାଉଛି। ସମ୍ବଲପୁର ମହାନଗର ନିଗମର ୫ଟି ‘ଆହାର’ କେନ୍ଦ୍ରରେ ନିୟୋଜିତ ହୋଇଥିବା ୪୧ ଜଣ କର୍ମଚାରୀଙ୍କୁ ବିଦା କରିଥିବାବେଳେ ସରକାର ୫ଟି ୱାର୍ଡର ମହିଳା ଏସଏଚ୍‌ଜି ସଭ୍ୟାମାନଙ୍କୁ କେନ୍ଦ୍ରରେ ସଫେଇ, ଟୋକନ ଦେବା, ଖାଦ୍ୟ ବଣ୍ଟନ ଆଦି ଦାୟିତ୍ବ ଦେଇଛନ୍ତି। କରୋନା ସମୟରେ ନିୟୋଜିତ ହୋଇଥିବା କର୍ମଚାରୀ କମ ଦରମା ତଥା ଅସୁବିଧା ସତ୍ତ୍ବେ କାର୍ଯ୍ୟ ନିର୍ବାହ କରି ଏବେ ସେମାନଙ୍କ ଚୁକ୍ତିନାମା ଅବଧି ଶେଷ ହେବା ପୂର୍ବରୁ ସେମାନଙ୍କୁ କାମରୁ ବାହାର କରିଦିଆଯାଇଛି।
ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ସମ୍ବଲପୁର ମହାନଗର ନିଗମର ବିଭିନ୍ନ ‘ଆହାର’ କେନ୍ଦ୍ରରେ କାମ କରୁଥିବା ୪୧ ଜଣ କର୍ମଚାରୀଙ୍କୁ ବିଦା କରିଦିଆଯାଇଛି। ସେମାନେ ସମ୍ବଲପୁର ଜିଲା ଦାୟିତ୍ବରେ ଥିବା ‘ମାନ୍ନା ଟ୍ରଷ୍ଟ’ ଅଧିନରେ କାର୍ଯ୍ୟ କରୁଥିଲେ। ସମ୍ବଲପୁର ମହାନଗରରେ ଜେଲ ଛକ, ଲକ୍ଷ୍ମୀଟକିଜ ଛକ, ଫାର୍ମ ରୋଡ, ସଦର ହସପିଟାଲ ଓ ବୁର୍ଲା ଭିମସାରରେ ଆହାର କେନ୍ଦ୍ର ରହିଛି। ଏହି କେନ୍ଦ୍ର ଗୁଡ଼ିକରେ ଖାଦ୍ୟ ବଣ୍ଟନ, ସଫେଇ ଓ ଟୋକନ ବଣ୍ଟନ ଆଦି କାର୍ଯ୍ୟ କରୁଥିବା ଏହି କର୍ମଚାରୀମାନଙ୍କ ପ୍ରତିବର୍ଷ ଚୁକ୍ତିନାମା ନବୀକରଣ ହେଉଥିଲା। ରାନ୍ଧୁଣିଆ ଓ ରନ୍ଧା ଖାଦ୍ୟ ପରିବହନ ପାଇଁ ନିୟୋଜିତ ଡ୍ରାଇଭରଙ୍କୁ ଛାଡ଼ି ମୋଟ ୫୬ ଜଣରୁ ୪୧ ଜଣଙ୍କୁ ଅକ୍ଟୋବର ୩୧ ତାରିଖ​ରେ ମୌଖିକ ଭାବରେ କାମରୁ ଅନ୍ତର କରିଦିଆଯାଇଛି। ୨୦୧୫ ମସିହା ମାର୍ଚ୍ଚ ୩୧ ତାରିଖରେ ନିଯୁକ୍ତି ପାଇଥିବା ଗତ ଚୁକ୍ତିନାମାରେ ୨୦୨୨ ମସିହା ପର୍ଯ୍ୟନ୍ତ ସ୍ବାକ୍ଷର କରିଥିବା ସେମାନେ କହିଛନ୍ତି।​‌ସମ୍ବଲପୁର ମହାନଗର ନିଗମର ୫ଟି ‘ଆହାର’ କେନ୍ଦ୍ରର କର୍ମଚାରୀମାନେ ମାସିକ ୬ ହଜାର ୫ ଶହ ଟଙ୍କା ଦରମା ପାଉଥିବାବେଳେ ସେମାନଙ୍କ ପିଏଫ୍, ଇଏସଆଇ ଆଦି ମଧ୍ୟ କଟୁଥିଲା। ଚଳିତ ବର୍ଷ ମାର୍ଚ୍ଚ ମାସରେ କରୋନା ସଂକ୍ରମଣ ଯୋଗୁଁ କେବଳ ବୁର୍ଲା ଭିମସାର ବ୍ୟତୀତ ଅନ୍ୟ ଆହାର କେନ୍ଦ୍ର ଗୁଡ଼ିକ ବନ୍ଦ ହୋଇଥିଲା। ଲକ୍‌ଡାଉନ ସମୟରେ ଗରିବ, ଅସହାୟ ଲୋକଙ୍କ ସହାୟତା ସକାଶେ ବୁଲି ବୁଲି ‘ଆହାର’ ଖାଦ୍ୟ ବଣ୍ଟନ କରାଯାଉଥିବାବେଳେ ଏହି କର୍ମଚାରୀମାନେ ମାସିକ ୧ ହଜାରରୁ ୧୪ ଶହ ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା ପ୍ରକାଶ କରିଛନ୍ତି। ସେତେବେଳେ ଜଣେ କର୍ମଚାରୀଙ୍କ ଦରମା ଚାରି ଜଣ କର୍ମଚାରୀଙ୍କ ମଧ୍ୟରେ ବଣ୍ଟନ କରାଯାଉଥିଲା। ନିଜେ ଆର୍ଥିକ ଅନଟନରେ ରହି ଲୋକଙ୍କ ସେବା କରିଥିବାବେଳେ ଏଭଳି ଭାବରେ ବିଦା କରିଦେବାକୁ ନେଇ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ମାନ୍ନା ଟ୍ରଷ୍ଟର ମ୍ୟାନେଜର କହିଛନ୍ତି ଯେ, ସରକାରଙ୍କ ନିର୍ଦେଶ ଅନୁଯାୟୀ ଆହାର କେନ୍ଦ୍ରର ରାନ୍ଧୁଣିଆ ଓ ଡ୍ରାଇଭର ବ୍ୟତୀତ ଅନ୍ୟ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ଏଥି​‌େ​‌ର ଟ୍ରଷ୍ଟର କୌଣସି ସମ୍ପୃକ୍ତି ନାହିଁ। ଏନେଇ କର୍ମଚାରୀମାନେ ସୋମବାର ସମ୍ବଲପୁର ଜିଲାପାଳଙ୍କୁ ଭେଟି ନପାରି ଜରୁରୀକାଳୀନ ବିଭାଗରେ ପୁନଃନିଯୁକ୍ତି ସକାଶେ ଦାବି ପତ୍ର ପ୍ରଦାନ କରିଥିଲେ।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଗୃହ ଓ ସହରାଞ୍ଚଳ ବିକାଶ ବିଭାଗ ପ୍ରମୁଖ ସଚିବଙ୍କ ପତ୍ରସଂଖ୍ୟା ୯୪୯୩/ଏଚ୍‌ୟୁଡି ତା. ୨୧.୫.୨୦୨୦ ଅନୁଯାୟୀ ରାଜ୍ୟର ସମସ୍ତ ‘ଆହାର’ କେନ୍ଦ୍ର ପରିଚାଳନା ଓ ଖାଦ୍ୟ ବଣ୍ଟନ ସକାଶେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରିବା ପାଇଁ ନିର୍ଦେଶ ଦିଆଯାଇଛି। ତଦନୁଯାୟୀ, ସମ୍ବଲପୁର ମହାନଗର ନିଗମ ପତ୍ର ସଂଖ୍ୟା ୩୧୪୬/୨୨.୫.୨୦୨୦ରେ ମହାନଗର ନିଗମ ଅନ୍ତର୍ଗତ ୫ଟି ଆହାର କେନ୍ଦ୍ର ପରିଚାଳନା ପାଇଁ ୱାର୍ଡ ନଂ. ୦୬, ୨୩, ୨୫, ୩୧ ଓ ୩୨ର ଇଚ୍ଛୁକ ସ୍ବୟଂ ସହାୟକ ଗୋଷ୍ଠୀମାନେ ଆବେଦନ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା। ଆଜିଠାରୁ ସମ୍ବଲପୁର ମହାନଗର ନିଗମର ବିଭିନ୍ନ ’ଆହାର’ କେନ୍ଦ୍ରରେ ମହିଳା ଏସଏଚଜିମାନେ ଦାୟିତ୍ବ ନେଇଥିବା ଦେଖାଯାଇଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories