www.samajalive.in
Sunday, December 7, 2025
15.1 C
Bhubaneswar

୨ ବର୍ଷରୁ ପହଁରା ଶିଖିଥିବା ଶିଶୁ ୪ ବର୍ଷ ବୟସରେ ଆଜି ଜଣେ ଦକ୍ଷ ପହଁରାଳି 

ବେଗୁନିଆ : ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁମ ଗ୍ରାମର ଜଣେ ୪ ବର୍ଷର କଅଁଳ ଶିଶୁ ପାଣି ଭିତରେ ଘଣ୍ଟା ଘଣ୍ଟା ରହି ପହଁରି ପାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ବିନା ଗୁରୁରେ ଶିଶୁଟି ଏହି ଶିକ୍ଷା ଲାଭ କରିଥିବାବେଳେ ସରକାରୀସ୍ତରରେ ଯଦି ଶିଶୁଟି ପ୍ରତି ଉପଯୁକ୍ତ ଯତ୍ନ ନିଆଯାଇ ପାରନ୍ତା ତାହେଲେ ଆଗାମୀ ଦିନରେ ସେ ଭଲ ପ୍ରତିଭାଟିଏ ହୋଇ ରାଜ୍ୟ ତଥା ରାଜ୍ୟ ବାହାରେ ବିକଶିତ ହୋଇପାରନ୍ତା ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି । ସମ୍ପୃକ୍ତ ଗ୍ରାମର କୃପାସିନ୍ଧୁ ବରାଡ଼ଙ୍କ ପୁଅ ସାଇସାଗର । ବୟସ ୪ ବର୍ଷ । କଥା ଠିକ ଭାବରେ କହିପାରୁନଥିବା ବେଳେ ମାଆ କୋଳ ଏବେ ତାର ଭରସା । ଏବେ ଏବେ ସେ ଗ୍ରାମ ଅଙ୍ଗନବାଡି କେନ୍ଦ୍ରକୁ ଶିକ୍ଷା ଲାଭ କରିବା ପାଇଁ ଯାଉଛି ।

ତାକୁ ଯେତେବେଳେ ୨ ବର୍ଷ ବୟସ ହୋଇଥିଲା ସେ ବାପା ଏବଂ ବଡବାପାଙ୍କ ସାଙ୍ଗରେ ପୋଖରୀକୁ ଗାଧୋଇବାକୁ ଯାଉଥିଲା । ସେଠାରେ ସେ ବଡପିଲାମାନେ ପାଣିରେ ପହଁରୁଥିବାର ଦେଖି ତାଙ୍କ ସଂଗେ ପହଁରିବା ଆରମ୍ଭ କରିଥିଲା । ଏବେ କିନ୍ତୁ ସେ ବହୁ ଉଚ୍ଚରୁ ଲମ୍ଫ ପ୍ରଦାନ କରି କୂଅ, ପୋଖରୀ, ଗାଡ଼ିଆ ଏବଂ ନଦୀର ଗଭୀର ଜଳରେ ଚିତ ପହଁରା ଏବଂ ବୁଡ଼ା ପହଁରା ପହଁରି ପାରୁଛି । ଏବେ ସେ ପୋଖରୀର ଏପଟରୁ ସେପଟ ପହଁରି ପାରୁଛି । ପହଁରିବା କ୍ଷେତ୍ରରେ ସେ ବଡ଼ ବଡ଼ ପିଲାଙ୍କୁ ମଧ୍ୟ ପଛରେ ପକାଇ ଦେଉଥିବାର ଦେଖିବାକୁ ମିଳୁଛି । ଦୃଢ ଇଚ୍ଛା ଶକ୍ତି ଏବଂ ଆତ୍ମବଳ ଯୋଗୁଁ ସେ ଆଜି ଗ୍ରାମ ସହିତ ଆଖ ପାଖରେ ବେଶ ଚର୍ଚ୍ଚିତ। ଶିଶୁଟି ଖାଲି ଭଲ ପହଁରିପାରେ ନାହିଁ ଏହି କଅଁଳ ବୟସରେ ଭଲ ସାଇକେଲ ମଧ୍ୟ ଚଲାଇପାରେ । ତାର ଏହି ଅସାଧାରଣ କାର୍ୟ୍ୟ ଦେଖି ଗ୍ରାମବାସୀମାନଙ୍କ ସହିତ ଆଖ ପାଖ ଅଂଚଳର ଲୋକମାନେ ମଧ୍ୟ ବିସ୍ମୟ ପ୍ରକାଶ କରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories