୪ କୁଇଣ୍ଟା ଗଞ୍ଜେଇ ଜବତ ଜଣେ ଗିରଫ

କନ୍ଧମାଳରୁ ଗଞ୍ଜେଇ ଚୋରାଚାଲାଣ

ଫୁଲବାଣୀ : ରାଜ୍ୟରେ ଦିନକୁ ଦିନ ନିଶା ଦ୍ରବ୍ୟ ଚୋରାଚାଲାଣ ବଢିବାରେ ଲାଗିଛି । ଫିରିଙ୍ଗିଆ ପୁଲିସ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରୁ ପ୍ରାୟ ୪  କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ସନ୍ତୋଷ କହଁର। କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ନୂଆପଦର ଗ୍ରାମପଞ୍ଚାୟତର ପାଙ୍ଗାମହା ଅଞ୍ଚଳରେ କିଛି ଲୋକ ବାହାର ଜିଲାକୁ ବିପୁଳ ମାତ୍ରାରେ ଗଞ୍ଜେଇ ଚୋରାଚାଲାଣ କରିବା ପାଇଁ ସଜବାଜ ହେଉଥିବା ବେଳେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଚଢଉ କରିଥିଲା। ଯାହା ଫଳରେ ଲିଛି ଲୋକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ଜଣକୁ ଧରିବାରେ ସଫଳ ହୋଇଛି । ତେବେ ପୁଲିସ ଏନେଇ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ  କୋର୍ଟ ଚାଲାଣ କରିଛି ।

Comments are closed.