www.samajalive.in
Monday, December 8, 2025
14.1 C
Bhubaneswar

କଣ୍ଟେନର ସହ ବିପୁଳ ଗଞ୍ଜେଇ ଜବତ, ୨ ଗିରଫ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଅବକାରୀ ବିଭାଗ ପାଟ୍ରୋଲିଂ ସମୟରେ ମଙ୍ଗଳବାର ଏକ କଣ୍ଟେନର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଚଳଚ୍ଚିତ୍ର ଶୈଳୀରେ ଏହି ଗଞ୍ଜେଇ ଚୋରା ଚାଲାଣ ପ୍ରସ୍ତୁତି ଚାଲିଥିବା ବେଳେ ମାଡିବସିଥିଲା ସଦର ଅବକାରୀ ବିଭାଗର ପ୍ରଶନ୍ନ ପଟେଲଙ୍କ ନେତୃତ୍ବରେ ଗଠିତ ଟିମ୍। ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଗୋଷାଣି ବ୍ଲକ ଅନ୍ତର୍ଗତ ଲାବାଣ୍ୟଗଡର ଏକ ପାହାଡ ନିକଟରେ ଠିଆ ହୋଇଥିବା କଣ୍ଟେନରକୁ ଦେଖି ପାଟ୍ରୋଲିଂ ଟିମ୍ ପହଞ୍ଚିଥିଲା। ସେଠାରେ ଗଞ୍ଜେଇ ଗୁଡିକୁ ମେସିନ ମାଧ୍ୟମରେ ଭର୍ତ୍ତି କରାଯାଇ ଛୋଟିଆ ଛୋଟିଆ ପକେଟରେ ପରିବର୍ତ୍ତନ କରାଯାଇଥିଲା । ତେବେ ଠିଆ ହେବା ଅବସ୍ଥାରେ ଥିବା କଣ୍ଟେନରରେ ଗୁପ୍ତ କୋଠରୀ କରାଯାଇ ସେଥିରେ ଗଞ୍ଜେଇ ପୁଡିଆ ଗୁଡିକୁ ରଖାଯାଉଥିଲା । ଠିଆ ହୋଇଥିବା କଣ୍ଟେନରକୁ କାବୁ କରି ଅବକାରୀ ବିଭାଗ ଜବତ କରିଥିଲା । ଉକ୍ତ କଣ୍ଟେନରରୁ ୪ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି, ଯାହାର ଆନୁମାନିକ ବଜାର ମୂଲ୍ୟ ୪୦ ଲକ୍ଷ ୫୧ ହଜାର ଟଙ୍କା ହେବ।

- Advertisement -

ଉକ୍ତ ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ କଣ୍ଟେନରକୁ ଜବତ କରାଯିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ରାୟଗଡ ବ୍ଲକ ଜିରାଙ୍ଗ ନଦୀ ସାହିର ସମେଶୁ ଲିମା (୨୦) ଓ ଆର୍.ଉଦୟଗିରି ବ୍ଲକ ବାଦପୁର ଗ୍ରାମର ଯୋଥାମ୍ ଲିମା (୩୧) । ଏନେଇ ସଦର ଅବକାରୀ ଥାନାରେ ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories