www.samajalive.in
Wednesday, December 10, 2025
26.1 C
Bhubaneswar

ଓଡ଼ିଶାର ଆଉ ୪ଟି ବେଳାଭୂମିକୁ ମିଳିବ ବ୍ଲୁ ଫ୍ଲାଗ ବିଚ୍‌ ମାନ୍ୟତା

ଭୁବନେଶ୍ୱର : ଓଡିଶା‌ର ଆଉ ୪ଟି ବ୍ଲୁ ଫ୍ଲାଗ ବିଚ ଖୋଲିବ। ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ଅନ୍ତର୍ଜାତୀୟ ସୁବିଧା ଉପଲବ୍ଧ ହେବ। ପୁରୀ ବେଳାଭୂମିକୁ ଓଡିଶାର ପ୍ରଥମ ବ୍ଲୁ ଫ୍ଳାଗ ବିଚ ମାନ୍ୟତା ମିଳିଥିଲା। ୨୦୨୧ ଶେଷ ସୁଦ୍ଧା ରାଜ୍ୟର ଆଉ ୪ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପଦକ ପାଇଁ ଯୋଜନା ଆରମ୍ଭ ହୋଇଛି। ଏହି ତାଲିକାରେ ପୁରୀ ମୁହାଣ ବିଚ, ବାଙ୍କୀ ମୁହାଣ ବେଳାଭୂମି ରହିଥିବା ବେଳେ ଗଞ୍ଜାମର ହରିପୁର ଏବଂ ସୁନାପୁର ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚ ଆରମ୍ଭ କରାଯିବାର ଯୋଜନା ରହିଛି ବୋଲି ପର୍ଯ୍ୟଟନ ବିଭାଗ ନିର୍ଦେଶକ ସଚିନ ଆର ଯାଦବ ସୂଚନା ଦେଇଛନ୍ତି।

ଓଡିଶାର ପର୍ଯ୍ୟଟନକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ପର୍ଯ୍ୟଟନ ବିଭାଗ ଯୋଜନା କରୁଛି। ପର୍ଯ୍ୟଟକଙ୍କ ଆଗମନ ବଢ଼ିଲେ ଓଡିଶାର ଆର୍ଥିକ ସ୍ଥିତି ସୁଧୁରି ପାରିବ। ଓଡ଼ିଶାକୁ ଯେପରି ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ସେଥିନେଇ ଏଭଳି ନିଆରା ଯୋଜନା କରାଯାଉଛି। ଏହି ବ୍ଳୁ ଫ୍ଲାଗ ବିଚ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଓଡିଶା ପ୍ରତି ଅଧିକ ଆକୃଷ୍ଟ କରିହେବ। ସେଥିନେଇ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୨୦୨୧ସୁଦ୍ଧା ୪ଟି ନୂଆ ସ୍ଥାନରେ ବ୍ଳୁ ଫ୍ଲାଗ ବିଚ ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ। ଇତିମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କିଛି ବିଶେଷଜ୍ଞମାନେ ଗଞ୍ଜାମର ଦୁଇଟି ବେଳାଭୂମିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଠାରେ ପୁରୀ ବ୍ଳୁ ଫ୍ଲାଗ ବିଚ ଭଳି ସୁବିଧା ପର୍ଯ୍ୟଟକଙ୍କୁ ମିଳିବ। ସେମାନଙ୍କ ପାଇଁ ଶୌଚାଳୟ, ପୋଷାକ ପରିବର୍ତ୍ତନ ଗୃହ, ସୋଲାର ଲାଇଟ ବ୍ୟବସ୍ଥା, କଠିନ ବର୍ଜ୍ୟବସ୍ତୁ ବିଘଟନ ପ୍ରକଳ୍ପ, ପାର୍କ ଭଳି ସୁବିଧା ମିଳିପାରିବ। ଏଠାରେ ପର୍ଯ୍ୟଟକମାନେ ରହିବା ସହିତ ଭ୍ରମଣ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories