www.samajalive.in
Saturday, December 6, 2025
26.1 C
Bhubaneswar

ବିଦ୍ୟୁତ ଆଘାତରେ ମୃତ୍ୟୁ ହେଲେ ୪ ଲକ୍ଷ କ୍ଷତିପୂରଣ

ଭୁବନେଶ୍ଵର: ରାଜ୍ୟ ସରକାର ବିଦ୍ୟୁତ ଆଘାତ ଜନିତ କ୍ଷତିପୂରଣ ପରିମାଣ ବୃଦ୍ଧି କରିଛନ୍ତି। ଏଣିକି ବିଦ୍ୟୁତ ଆଘାତ ଯୋଗୁ ଜୀବନହାନି ଘଟିଲେ ପୂର୍ବ ତୁଳନାରେ ଅଧିକ କ୍ଷତିପୂରଣ ମିଳିବ। ଏ ନେଇ ମଙ୍ଗଳବାର ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ସୂଚନା ଦେଇଛନ୍ତି।

ବିଦ୍ୟୁତ ତାର ଲାଗି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ସେହିପରି ଶରୀରର ୬୦% କ୍ଷତି ହେଲେ ୨ ଲକ୍ଷ ଟଙ୍କା, ୪୦%ରୁ ୬୦% ମଧ୍ୟରେ କ୍ଷତି ହେଲେ ୫୯ ହଜାର ୫୦୦ ଟଙ୍କା ମିଳିବ। ପୀଡ଼ିତ ୭ଦିନରୁ ଅଧିକ ସମୟ ମେଡିକାଲରେ ରହି ଚିକିତ୍ସିତ ହେଲେ ୧୨ ହଜାର ଟଙ୍କା ଦିଆଯିବ। ୧ ସପ୍ତାହରୁ କମ୍‌ ସମୟ ଚିକିତ୍ସା ହେଲେ ୪୫୦୦ ଟଙ୍କା ପ୍ରଦାନ କରାଯିବ।

- Advertisement -

ଏହାବ୍ୟତୀତ ଗାଈ, ମଇଁଷିଙ୍କ ମୃତ୍ୟୁ ଘଟିଲେ ୩୦ ହଜାର ଟଙ୍କା, ଛେଳି, ମେଣ୍ଢା, ଘୁଷୁରୀ ମଲେ ୩ ହଜାର ଏବଂ କୁକୁଡ଼ା ଫାର୍ମ ନ​‌ଷ୍ଟ ହେଲେ ୫ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ। ରାଜ୍ୟ ସରକାର ଏ ନେଇ ବିଦ୍ୟୁତ ନିୟାମକ ଆୟୋଗଙ୍କୁ ସୁପାରିସ କରିଛନ୍ତି।

Hot this week

ସ୍ୱାମୀ ହତ୍ୟାକରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories