www.samajalive.in
Wednesday, December 10, 2025
16.1 C
Bhubaneswar

ଭଉଣୀର ପ୍ରେମିକକୁ ହତ୍ୟା ଘଟଣା, ୪ ଗିରଫ

ଦୋବଲ: ଭଦ୍ରକ ଜିଲ୍ଲା ଆନନ୍ଦପୁର ପଞ୍ଚାୟତ ଉତ୍ତେଇପୁରରେ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ଘଟଣାରେ ଧାମନଗର ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଉତ୍ତେଇପୁର ଗାଁର ମଧୁସ୍ମିତା ପାତ୍ର, ତାଙ୍କ ସ୍ବାମୀ ମଦନ ପାତ୍ର, ମଧୁସ୍ମିତାଙ୍କ ଭଉଣୀ ଜ୍ବାଇଁ ତଥା ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହ ପଞ୍ଚାୟତ ବଇଁଚା ଗାଁର ପ୍ରଶାନ୍ତ ବେହେରା ଓ ରମାକାନ୍ତ ବେହେରା। ମୃତ ସଞ୍ଜୟ ରାଉତଙ୍କ ସାନ ଭାଇ ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହ ପଞ୍ଚାୟତ କଣ୍ଡିଆସାହିର ରାଜେନ୍ଦ୍ର ରାଉତଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଛି। ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ଶୁକ୍ରବାର ସମସ୍ତ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିଛି ଧାମନଗର ପୁଲିସ। ସିନ୍ ରିକ୍ରିଏସନ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଉତ୍ତେଇପୁରରେ ଏଭଳି ଏକ ଘଟଣାକୁ ନେଇ ନାନା ପ୍ରଶ୍ନ ଉଠିଛି। ସରକାରଙ୍କ ଆମ୍ବୁଲାନ୍ସ ସେବା ଓ ପୁଲିସର ତତ୍ପରତା ନେଇ ପ୍ରଶ୍ନ ଉଠିଛି। ଗୁରୁବାର ଅପରାହ୍ଣରେ ଏ ଘଟଣା ଘଟିବା ସମୟରେ ସ୍ଥାନୀୟ ଲୋକେ ସେଠାରେ ଉପସ୍ଥିତ ଥିଲେ। ବହୁ ଲୋକ ଥିଲେ ବି ମଧୁସ୍ମିତାଙ୍କ ହିଂସ୍ର ରୂପ ଦେଖି କେହି ସାହସ କରି ନ ଥିଲେ ଘର ଭିତରକୁ ପଶିବାକୁ। ସମସ୍ତେ ଗାଁ ଦାଣ୍ଡରେ ଥିଲେ ବି କେହି ଘର ଭିତରେ ପଶି ସଞ୍ଜୟଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ନ ଲେ। ତେବେ ପାଖ ଗାଁର ଯୁବକ ପ୍ରତାପ ବାରିକ ଓ ମୁନା ପତି ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ସଞ୍ଜୟଙ୍କୁ ଡାକ୍ତରଖାନା ନେବା ଲାଗି ୧୧୨ ଓ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପ୍ରତାପ। ସେତେବେଳେ ଡାକ୍ତରଖାନାରେ ଆମ୍ବୁଲାନ୍ସ ନ ଥିଲା। ତା ପରେ ସେମାନେ ଭଣ୍ଡାରିପୋଖରୀ ଓ ଧୁଷୁରୀ ଥାନାକୁ ଫୋନ୍ କରିଥିଲେ। ହେଲେ କେଉଁଠାରୁ ସହାୟତା ମିଳି ନ ଥିଲା। ଏମିତି କି ଧାମନଗର ପୁଲିସକୁ ଫୋନ୍ କରିବାରୁ ଥାନା ଗାଡ଼ି ଓ ପାଟ୍ରୋଲିଂ ଭେହିକିଲ ନଳାଙ୍ଗ ପାଖ ଜାତୀୟ ରାଜପଥରେ ଥିବା ଜଣାଇଥିଲେ। ଆମ୍ବୁଲାନ୍ସ ନ ମିଳିବା ଓ ପୁଲିସ ବିଳମ୍ବରେ ପହଞ୍ଚିବା ବେଳକୁ ସଞ୍ଜୟଙ୍କ ଅବସ୍ଥା ସଂଗୀନ ହୋଇ ପଡ଼ିଥିଲା।

- Advertisement -

ବିଳମ୍ବରେ ପହଞ୍ଚି ପୁଲିସ ସଞ୍ଜୟଙ୍କୁ ଉଦ୍ଧାର କରି ପ୍ରଥମେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ପରେ ତାଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ଆରମ୍ଭ ପୂର୍ବରୁ ଭଦ୍ରକରେ ସଞ୍ଜୟଙ୍କର ମୃତ୍ୟୁ ହୋଇଯାଇଥିଲା। ଆଜି ସଞ୍ଜୟଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି। ଅପରାହ୍ଣରେ ଗାଁରେ ଶେଷକୃତ୍ୟ କରାଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସଞ୍ଜୟ ରାଉତ ଓ ମଧୁସ୍ମିତାଙ୍କ ସାନ ଭଉଣୀ ରୀନାରାଣୀଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ହେଲେ ଦୁହେଁ ଭିନ୍ନ ଭିନ୍ନ ସ୍ଥାନରେ ବାହା ହୋଇଥିଲେ। ବିବାହ ପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ନିବିଡ଼ତା ରହିଥିଲା। କିଛି ମାସ ହେଲା ଦୁହିଁଙ୍କ ସଂପର୍କରେ ଫାଟ ଆସିଥିଲା। ସଞ୍ଜୟ ରୀନାଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ରୀନାଙ୍କ ସହ ମିଶି ମଧୁସ୍ମିତା ଷଡ଼ଯନ୍ତ୍ର କରିଥିଲେ। ସଞ୍ଜୟଙ୍କୁ ପାନେ ଦେବାକୁ ଚିନ୍ତା କରିଥିଲେ।

ପୂର୍ବ ଯୋଜନା ମୁତାବକ ଗୁରୁବାର ଦିନ ରୀନାରାଣୀ ଫୋନ୍ କରି ସଞ୍ଜୟଙ୍କୁ ଉତ୍ତେଇପୁରରେ ଭଉଣୀଙ୍କ ଘରକୁ ଡାକିଥିଲେ। ପ୍ରେମିକାଙ୍କ ଫୋନ୍ ପାଇ ନିଜର କର୍ମସ୍ଥଳ ଅନୁଗୁଳରୁ ଛୁଟି ଆସିଥିଲେ ସଞ୍ଜୟ। ସଞ୍ଜୟ ପହଞ୍ଚିବା ପୂର୍ବରୁ ମଧୁସ୍ମିତାଙ୍କ ଘରେ ରୀନାଙ୍କ ସ୍ବାମୀ ପ୍ରଶାନ୍ତ, ତାଙ୍କ ବଡ଼ ଭାଇ ରମାକାନ୍ତ, ଭାଇ ପ୍ରିୟବ୍ରତ ବେହେରା ଓ ଅନ୍ୟ ଜଣେ ଉପସ୍ଥିତ ଥିଲେ। ସଞ୍ଜୟ ପହଞ୍ଚିବା ପରେ ତାଙ୍କୁ ଗୋଟିଏ ଘରେ ପୂରାଇ ମଧୁସ୍ମିତା, ପ୍ରଶାନ୍ତ, ରମାକାନ୍ତ ଓ ଅନ୍ୟମାନେ ନିସ୍ତୁକ ମାଡ଼ ମାରିଥିଲେ। ସଞ୍ଜୟଙ୍କ ଯୌନାଙ୍ଗକୁ ମାରି ଫଟାଇ ଦେଇଥିଲେ। ରଡରେ ପିଟି ତାଙ୍କ ମୁଣ୍ଡ ଫଟାଇଥିଲେ ଓ ଆଖିପତାରେ ଛୁରି ଭୁଷି ଦେଇଥିଲେ। ଏହାସହ ଆଣ୍ଠୁ ତଳକୁ ପିଟି ଦୁଇ ଗୋଡ଼କୁ ଚୁନା କରିଦେଇଥିଲେ। ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କ ପିନ୍ଧା ପୋଷାକ ଓହ୍ଲାଇ ଆଉ ଗୋଟିଏ ପୋଷାକ ମଧ୍ୟ ପିନ୍ଧାଇ ଦେଇଥିଲେ। ଏପରିକି ଜାଳିଦେବା ଲାଗି ପେଟ୍ରୋଲ ଢାଳି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories