www.samajalive.in
Sunday, December 7, 2025
23.1 C
Bhubaneswar

ନଭେମ୍ବରରେ ଆସିପାରେ କରୋନାର ୩ୟ ତରଙ୍ଗ, ଯୁବପିଢ଼ି ହୋଇପାରନ୍ତି ଅଧିକ ପ୍ରଭାବିତ

କରୋନା ସଂକ୍ରମଣର ୨ୟ ତରଙ୍ଗ ଏବେ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପ୍ରଭାବିତ କରିଛି। ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବାରେ ସରକାର ବିଫଳ ହୋଇଛନ୍ତି। ରୋଗୀଙ୍କୁ ଡାକ୍ତରଖାନାରେ ଶଯ୍ୟା ମିଳୁ ନ ଥିବାବେଳେ ଅମ୍ଳଜାନ ସଙ୍କଟ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଆଉ କିଛି ମାସ ପରେ ଅର୍ଥାତ ନଭେମ୍ବର ମାସ ବେଳକୁ ମହାମାରୀର ୩ୟ ତରଙ୍ଗ ଆସିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ୩ୟ ତରଙ୍ଗ ଆସିବ ବୋଲି ବିଶେଷଜ୍ଞମାନେ ନିଶ୍ଚିତ ଅଛନ୍ତି, କିନ୍ତୁ କେବେ ସୁଦ୍ଧା ଆସିବ ସେନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ।

କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ବିଜୟ ରାଘବନ କହିଛନ୍ତି ଯେ, ୨ୟ ତରଙ୍ଗ ପରେ ୩ୟ ତରଙ୍ଗ ବି ଆସିବ। କିନ୍ତୁ କେବେ ଆସିବ ଏବଂ ତାହା କେତେ ବିପଜ୍ଜନକ ହେବ ସେ ସମ୍ପର୍କରେ ଏବେ କିଛି କହିହେବ ନାହିଁ। କରୋନା ଭୂତାଣୁର ରୂପ ବାରମ୍ବାର ବଦଳୁଛି। ସେଥିଲାଗି ଆମକୁ ୩ୟ ତରଙ୍ଗ ପାଇଁ ବି ପ୍ରସ୍ତୁତ ରହିବାକୁ ପଡ଼ିବ। ସେ ଆହୁରି କହିଛନ୍ତି, ଆମ ଟିକା ବେଶ୍‌ ପ୍ରଭାବୀ। ଆମ ବୈଜ୍ଞାନିକମାନେ ତାହାକୁ ଆହୁରି ବିକଶିତ କରିବା ଲାଗି କାର୍ଯ୍ୟ କରୁଛନ୍ତି।

- Advertisement -

୩ୟ ତରଙ୍ଗ କେବେ ସୁଦ୍ଧା ଆସିବ ସେ ନେଇ ବେଙ୍ଗାଲୁରୁସ୍ଥିତ ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ମହାମାରୀ ବିଶେଷଜ୍ଞ ଡା. ଗିରିଧର ବାବୁ କୁହନ୍ତି, ଥଣ୍ଡା ସମୟରେ ଏହା ଆସିବାର ଆଶଙ୍କା ରହିଛି। ନଭେମ୍ବର ମାସ ଶେଷ ବେଳକୁ କିମ୍ବା ଡିସେମ୍ବର ପ୍ରାରମ୍ଭରେ ୩ୟ ତରଙ୍ଗ ଆସିପାରେ। ସେଥିଲାଗି ଏହି ସଂକ୍ରମଣରୁ ଯେଉଁମାନଙ୍କ ପ୍ରତି ସର୍ବାଧିକ ବିପଦ ରହିଛି ସେମାନଙ୍କୁ ତୁରନ୍ତ ଟିକାକରଣ କରାଯିବା ଦରକାର। ଡା. ଗିରିଧର କର୍ଣ୍ଣାଟକରେ ଜାତୀୟ କୋଭିଡ ଟାସ୍କଫୋର୍ସର ସଦସ୍ୟ ଏବଂ ପରାମର୍ଶଦାତା ଅଛନ୍ତି। ତେବେ ଆଗାମୀ ତରଙ୍ଗ ଯୁବପିଢ଼ିଙ୍କୁ ପ୍ରଭାବିତ କରିପାରେ ବୋଲି ସେ କହିଛନ୍ତି।

ଡା. ଗିରିଧର ଆହୁରି କହିଛନ୍ତି ଯେ, ୩ୟ ତରଙ୍ଗ ୩ଟି ମୌଳିକ ବିଷୟ ଉପରେ ନିର୍ଭର କରୁଛି। ପ୍ରଥମଟି ହେଉଛି ଆମେ ଡିସେମ୍ବର ସୁଦ୍ଧା କେତେ ଲୋକଙ୍କୁ ଟିକାକରଣ କରୁଛେ। ଦ୍ବିତୀୟରେ ସୁପର ସ୍ପେ୍ରଡର କାର୍ଯ୍ୟକ୍ରମଗୁଡ଼ିକୁ କେତେମାତ୍ରାରେ ରୋକିପାରୁଛେ ଏବଂ ତୃତୀୟତଃ ଆମେ କେତେ ଶୀଘ୍ର ଭୂତାଣୁର ନୂଆ ରୂପକୁ ଚିହ୍ନଟ କରିପାରୁଛେ ଏବଂ ତାହାକୁ ରୋକିପାରୁଛେ।

୩ୟ ତରଙ୍ଗ ଆସିଲେ କ’ଣ ହେବ ?

ଏହାର ଜବାବରେ ଗାଣିତକ ମଡେଲ ବିଶେଷଜ୍ଞ ପ୍ରଫେସର ଏମ. ବିଦ୍ୟାସାଗର କୁହନ୍ତି, ୨ୟ ତରଙ୍ଗରେ ବହୁ ସଂଖ୍ୟାରେ ଲୋକେ ସଂକ୍ରମିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ ସେହିସବୁ ଲୋକ ରହୁଛନ୍ତି ଯେଉଁମାନଙ୍କର ପରୀକ୍ଷା ହେଉନାହିଁ ଅଥମା ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉ ନାହିଁ। ଯେଉଁମାନେ ସଂକ୍ରମିତ ହେଉଛନ୍ତି, ସେମାନଙ୍କଠାରେ ଅତିକମରେ ୬ ମାସ ପର୍ଯ୍ୟନ୍ତ ଭୂତାଣୁ ବିରୋଧରେ ଲଢ଼େଇ କରିବା ପାଇଁ ରୋଗପ୍ରତିରୋଧକ ଶକ୍ତି ରହିବ। କିନ୍ତୁ ତାହା ପରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇପାରେ। ଏଥିଲାଗି ଆମକୁ ଟିକାକରଣ କାର୍ଯ୍ୟକ୍ରମକୁ ତ୍ଵରିତ କରିବା ଦରକାର। ଯାହା ଫଳରେ ୩ୟ ତରଙ୍ଗ ୨ୟ ତରଙ୍ଗ ଭଳି ଯେପରି ଭୟଙ୍କର ହେବନାହିଁ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories