କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ପୁଲିସ ଗତକାଲି ରାତିରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ୩୩ଜଣ ଦାଦନ ଶ୍ରମିକ ଉଦ୍ଧାର କରିଥିବା ଜଣା ପଡିଛି। ଗତକାଲି ରାତିରେ ଦୁଇଟି ଅଟୋ ରିକ୍ସା ଓ ଦୁଇଟି ବୋଲୋରୋ ଗାଡିରେ ପୃଥକ ଭାବରେ ମୁରିବାହାଲ ଥାନା ନୂଆପଡା ଗାଁ ଏବଂ ବେଲପଡା ଥାନା ଭାଟାପଡାରୁ ପୃଥକ ଭାବରେ ଦୁଇ ଜଣ ସର୍ଦାର କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ହାଇଦ୍ରାବାଦ ଅଞ୍ଚଳକୁ ରାତି ଏଲଟିଟି ଟ୍ରେନ ଓ ଲିଙ୍କ ଏକ୍ସ ପ୍ରେସ ଯୋଗେ ପଠାଇବା ପାଇଁ ଆଣୁଥିବା ବେଳେ ଚାଟୁଅଙ୍କା ଛକରେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ପୁଲିସ ତଦନ୍ତ ବେଳେ ଆବଶ୍ୟକ କାଗଜ ପତ୍ର ନଥିବାରୁ, ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ତାଙ୍କର ବୟାନ ରେକର୍ଡ କରି ନିଜ ନିଜ ଗାଁ କୁ ଛାଡି ଦେବାସହ, ଦୁଇଟି ମାମଲା ୠଜୁ କରିଛି। ଆନ୍ତରାଜ୍ୟ ଶ୍ରମ ଆଇନ ବଳରେ କେଶ କରି ଦୁଇ ଫେରାର ସର୍ଦାରଙ୍କ ନାମରେ ମାମଲା କରି ଥିବା ବେଳେ ୪ ଜଣ ଅଟୋ ଓ ବୋଲର ଡ୍ରାଇଭରଙ୍କୁ ଛାଡିଦେଇଥିବା ସ୍ଥଳେ ଗାଡି ୪ଟିକୁ ଜବତ କରି ଥାନାରେ ରଖି ଥିବା ପୋଲିସ ସୂତ୍ରରୁ ଜଣା ପଡିଛି।
Popular Categories



