ନୂଆଦିଲ୍ଲୀ: ଦେଶରେ ଗୁରୁବାର ଦିନକ ମଧ୍ୟରେ ୩୧,୩୮୨ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦିନକରେ ୩୨,୫୪୨ ଜଣ କୋଭିଡରୁ ଆରୋଗ୍ୟଲାଭ କରିଛନ୍ତି। ଦେଶରେ ଦୈନିକ ସଂକ୍ରମଣ ହାର ୨% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୦୭% ରହିଛି। ଅନ୍ୟପକ୍ଷରେ କୋଭିଡରୁ ଆରୋଗ୍ୟ ହାର ୯୭.୭୮% ରହିଥିବା ଜଣାଯାଇଛି। ଏପର୍ଯ୍ୟନ୍ତ ଦେଶରେ ମୋଟ ୩,୨୮,୪୮,୨୭୩ ଜଣ ଆରୋଗ୍ୟଲାଭ କରିସାରିଲେଣି। ଏହାବ୍ୟତୀତ ସଂପ୍ରତି ଦେଶରେ ୩,୦୦,୧୬୨ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି। ଗୁରୁବାର ସଂଧ୍ୟା ସୁଦ୍ଧା ମୋଟ ୫୫.୯୯ କୋଟି ନମୁନା ପରୀକ୍ଷା କରାଯାଇଛି। ସେହି ସମୟ ମଧ୍ୟରେ ଦେଶରେ ମୋଟ ୮୪.୧୫ କୋଟି ପାନ କୋଭିଡ ଟିକା ଦିଆଯାଇଛି।
Popular Categories



