www.samajalive.in
Friday, December 5, 2025
23.1 C
Bhubaneswar

ବିଜେପିର ୩ ସ’ ଥିଓରୀ; ଜାଣନ୍ତୁ କ’ଣ ଏହାର ଉଦ୍ଦେଶ୍ୟ

ସମାଜ ଡିଜିଟାଲ ଡେସ୍କ: ଓଡ଼ିଶାରେ ବିଜେପି ଶାସନ ଆରମ୍ଭ ହୋଇଛି। ଓଡ଼ିଶାବାସୀ ଏହି ଜାତୀୟ ଦଳ ଉପରେ ଆସ୍ଥା ପ୍ରକଟ କରି ଶାସନ କ୍ଷମତା ଦେଇଛନ୍ତି। ହେଲେ ଦଳ ଏହାକୁ କିପରି ସୂଚାରୁରୂପେ ତୁଲାଇବ ଏବଂ ଲୋକଙ୍କ ଆସ୍ଥାଭାଜନ ହେବେ ସେଥିପାଇଁ ଅଣ୍ଟାଭିଡିଛି। ଶୁକ୍ରବାର ପୁରୀରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହେବାକୁ ଥିବାବେଳେ ଏହା ପୂର୍ବରୁ ପଦାଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା। ବୈଠକରେ କେନ୍ଦ୍ର ଏବଂ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ। ତେବେ ଦଳ ରାଜ୍ୟବାସୀଙ୍କ ନିକଟତର ହେବା ଲାଗି ୩ ସ’ ଥିଓରୀ ଉପରେ ଗୁରୁତ୍ଵ ଦେଇଥିବା ଜଣାପଡ଼ିଛି। ଏହି ୩ ସ’ ହେଉଛି ‘ସରକାର, ସଂଗଠନ ଏବଂ ସାଧାରଣ ଲୋକ’। ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବ ସଂଗଠନ। ସଂଗଠନ ଲୋଙ୍କ ସମସ୍ୟା ଏବଂ ତୃଣମୂଳସ୍ତରରୁ ସମସ୍ୟା ଆଣି ସରକାରଙ୍କୁ ଦେବ ବୋଲି ପଦାଧିକାରୀ ବୈଠକ ପରେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories