କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳି ଭେଟି: ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ଦିପାବଳୀ ଭେଟି ଦେବାକୁ ଯାଇ ମହଙ୍ଗା ଭତ୍ତା(ଡିଏ)କୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ମିଳିଛି। ଉଭୟ କର୍ମଚାରୀ ଏବଂ ପେନସନ ଉପଭୋକ୍ତାଙ୍କୁ ଏହା ପ୍ରଦାନ କରାଯିବ। ଫଳରେ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ବୃଦ୍ଧି ପାଇ ୫୩% ରେ ପହଞ୍ଚିଛି।

ସରକାରୀ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଉଥିବା ମହଙ୍ଗା ଭତ୍ତା ସର୍ବଭାରତୀୟ ଖାଉଟି ମୂଲ୍ୟ ସୂଚକାଙ୍କ ଆଧାରରେ ଧାର୍ଯ୍ୟ କରାଯାଇଥାଏ। ୩% ମହଙ୍ଗା ଭତ୍ତା ବୃଦ୍ଧି କରାଯିବା ଫଳରେ ବର୍ତ୍ତମାନ ସର୍ବନିମ୍ନ ୧୮ ହଜାର ଟଙ୍କା ଦରମା ପାଉଥିବା କର୍ମଚାରୀ ଅତିରିକ୍ତ ୫୪୦ ଟଙ୍କା ଅଧିକ ପାଇବେ। ୧ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନ ଉପୋଭକ୍ତା ଏଥିରୁ ଲାଭାନ୍ବିତ ହେବେ।

Comments are closed.