www.samajalive.in
Thursday, December 11, 2025
23.1 C
Bhubaneswar

କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡ଼େରେସନ ପକ୍ଷରୁ ୩ ଜୁଲାଇରେ ଦେଶବ୍ୟାପି ପ୍ରତିବାଦ

ଭୁବନେଶ୍ୱର: କେନ୍ଦ୍ରରେ ମୋଦୀ ସରକାର, ଉତ୍ତରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କର ଅପରିଣାମ ଦର୍ଶିତା ନୀତି ବିରୋଧରେ ଆଗାମୀ ୩ ଜୁଲାଇରେ ଦେଶର କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଦେଶବ୍ୟାପି ପ୍ରତିବାଦ ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ।

ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାର ନିଜର ଦାୟିତ୍ୱ ପାଳନ କରି ଶ୍ରମ ଆଇନ ସଂଶୋଧନ ଓ ଶ୍ରମ କୋର୍ଡ ଲାଗୁକରିବା ନିଷ୍ପତ୍ତିକୁ ବାତିଲ କରିବା, କୋଭିଡ଼ ସମୟରେ କାର୍ଯ୍ୟ ହରାଇଥିବା ସମସ୍ତ ଶ୍ରମିକଙ୍କୁ ମଜୁରୀ ସହ ପୁନଃ ନିଯୁକ୍ତି, ଓଡ଼ିଶାରେ ବନ୍ଦ ରହିଥିବା କଳକାରଖାନାର ପୁନରୁଦ୍ଧାର, ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଘରେ ପହଂଚାଇବା ସହ ରୋଜଗାରର ସାଧନ ଯୋଗାଇଦେବା, ମୃତ୍ୟୁବରଣ କରୁଥିବା ପ୍ରବାସୀ ଶ୍ରମିକ ଓ କୋଭିଡ଼ ଯୋଦ୍ଧାଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ, ଭାରତୀୟ ଶ୍ରମ ସମ୍ମିଳନୀର ଆୟୋଜନ ପ୍ରଭୃତି ଦାବୀକୁ ନେଇ ଆସନ୍ତା ଜୁଲାଇ ୩ ତାରିଖରେ ଦେଶ ବ୍ୟାପୀ ଆନ୍ଦୋଳନ ଗଢ଼ି ତୋଳିବାକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡ଼େରେସନମାନେ ଆହ୍ୱାନ ଦେଇଛନ୍ତି।

- Advertisement -

ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି, ଓଡ଼ିଶା ଶାଖାର ସଭାପତି, ଜଙ୍ଗଲ ଓ ନିର୍ମାଣ ଶ୍ରମିକ କର୍ମଚାରୀ ମହାସଂଘର ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ, ଏ.ଆଇ.ଟି.ୟୁ.ସିର ରାମକୃଷ୍ଣ ପଣ୍ଡା, ଏଚ.ଏମ.ଏସର ବିରେନ୍ଦ୍ର ପ୍ରତାପ ଦାସ, ସି.ଆଇ.ଟି.ୟୁର – ଜନାର୍ଦ୍ଦନ ପତି, ଏ.ଆଇ.ଟି.ୟୁ.ସିର ନିରଞ୍ଜନ ମହାନ୍ତି, ଏ.ଆଇ.ସି.ସି.ଟି.ୟୁ.ର ମହେନ୍ଦ୍ର ପରିଡ଼ା ଏବଂ ଆଇ.ଏନ୍‍.ଟି.ୟୁ.ସିର ସାଧାରଣ ସଂପାଦକ କିଶୋର ଜେନା, ଉପସଭାପତି ମଦନ ମୋହନ ଧଳ, ସଂପାଦକ ସତ୍ୟବ୍ରତ ନାୟକ, କୋଷାଧ୍ୟକ୍ଷ ଧରଣୀଧର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories