www.samajalive.in
Saturday, December 6, 2025
26.1 C
Bhubaneswar

୩ଦିନ ତଳେ ଜନ୍ମ ହୋଇଥିବା ହାତୀଛୁଆ ମା’ ସହିତ ବୁଲୁଛି ଜଙ୍ଗଲରେ

ଗୁରୁଡିଝାଟିଆ: ପରିବେଶବିତ୍‍ଙ୍କ ମନରେ ଦେଖାଦେଇଛି ଆନନ୍ଦ। ଦେଶରେ ହାତୀସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଓଡିଶାରେ ହାତୀମାନଙ୍କ ବୃଦ୍ଧିନେଇ ନୈରାଶ୍ୟଜନକ ସଂଖ୍ୟାରହିଛି। ଏଭଳି ସ୍ଥିତିରେ ଆଠଗଡ ବନଖଣ୍ଡରେ ଖୁସି ଖେଳିଛି। ଗତ ୩ଦିନ ତଳେ ଖୁଣ୍ଟୁଣୀ ବନାଞ୍ଚଳର ସୁନାମୁହଁ ସଂରକ୍ଷିତ ଜଙ୍ଗଲରେ ଜନ୍ମ ଦେଇଥିବା ହାତୀଛୁଆ ଏବେ ମା’ ସହିତ ଅନ୍ୟ ହାତୀ ଗହଳରେ ଅତି ସୁନ୍ଦର ଭାବରେ ବୁଲୁଛି। ହାତୀଛୁଆକୁ ସୁରକ୍ଷିତରେ ଗୋଟିଏ ସ୍ଥାନରୁ ଅନ୍ୟସ୍ତାନକୁ ଯିବା ପାଇଁ ମାହାତୀ ଓ ଅନ୍ୟମାନେ ସୁରକ୍ଷା ଯୋଗାଇ ନେଇଯାଉଛନ୍ତି। ଯାହାକି ଆଜି ଦେଖାଦେଇଛି। ମା’ ହାତୀଟି ପଛେପଛେ ଛୁଆଟି ଚାଲୁଥିବା ବେଳେ ତାର ଚାରିପାର୍ଶ୍ବରେ ଅନ୍ୟହାତୀମାନେ ସୁରକ୍ଷା ଯୋଗାଇ ଦେଉଛନ୍ତି। ହାତୀଙ୍କ ଏଭଳି ଦାୟିତ୍ୱ ଓ ପିଲାପ୍ରତି ବାତ୍ସଲ୍ୟପ୍ରେମକୁ ଦେଖିଲେ ଆମେ ନିଜକୁ ପ୍ରଶ୍ନ ପଚାରିଥାଉ।

ପ୍ରକାଶଯୋଗ୍ୟ ସୁନାମୁହିଁ ସଂରକ୍ଷିତ ଜଙ୍ଗଲରେ ୧୭ଟି ହାତୀ ରହିଥିବା ବେଳେ ଗତ ୩ଦିନ ତଳେ ଏକ ହାତୀ ଛୁଆ ଦେଇଥିଲା। ହାତୀଛୁଆଟି କିଭଳି ସୁରକ୍ଷିତ ରେ ଅଛି ନା ନାହିଁ ତାହାକୁ ବନଖଣ୍ଡ ଅଧିକାରୀ ସସ୍ମୀତା ଲେଙ୍କା ତୀକ୍ଷ୍ମ ନଜର ଦେବା ସହିତ ପ୍ରାତ୍ୟେକ ଦିନ ହାତୀଛୁଆ ସଂପର୍କରେ ତଥ୍ୟ ରଖିଥିଲେ। ନିଜେ ଯାଇ ହାତୀଛୁଆ କଭଳି ଅଛି ଦେଖିଥିଲେ। ସୁନାମୁହିଁ ସଂରକ୍ଷିତ ଜଙ୍ଗଲ ହାତୀମାନଙ୍କ ପାଇଁ ସୁରକ୍ଷିତ ସ୍ଥାନ। ୨ବର୍ଷ ଭିତରେ ଦୁଇଟି ହାତୀ ଏଠାରେ ଛୁଆ ଜନ୍ମ ଦେଇଛନ୍ତି। ଯେହେତୁ ସଂରକ୍ଷିତ ଜଙ୍ଗଲଟି ଘନ ଓ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଛି ଏହାକୁ ଓରନ୍ଦା ଗ୍ରମାବାସୀମାନେ ସୁରକ୍ଷା ଯୋଗାଇଦେଇଛନ୍ତି।ଏଥିସହିତ ଖାଦ୍ୟ ସହିତ ସୁରକ୍ଷିତ ପରିବେଶ ଓ ପିଇବା ପାଇଁ ପ୍ରଚୁର ପାଣି ରହିଛି। ସେଥିପାଇଁ ଚନ୍ଦକାରୁ ପଳାଇଆସୁଥିବା ହାତୀଦଳ ଛୁଆ ଜନ୍ମ ପାଇଁ ସୁନାମୁହିଁ ସଂରକ୍ଷିତ ଜଙ୍ଗଲକୁ ସୁରକ୍ଷିତ ମଣୁଛନ୍ତି। ଯାହର ଉଦାହରଣ ଦୁଇବର୍ଷ ମଧ୍ୟରେ ଦୁଇଟି ହାତୀ ଛୁଆ ଦେବା।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories