www.samajalive.in
Wednesday, December 10, 2025
18.1 C
Bhubaneswar

ପ୍ରକାଶ ପାଇଲା +୩ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଯୁକ୍ତ ତିନି କଲେଜ(ଡିଗ୍ରୀ କଲେଜ, ସେଲ୍ଫ ଫାଇନାସିଂ କଲେଜ, ସଂସ୍କୃତ କଲେଜ)ରେ ସ୍ନାତକ(+୩) ନାମଲେଖା ପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଆଧିକାଂଶ ଅନର୍ସ ବିଷୟରେ ବିଜେବି କଲେଜ ଆଗରେ ରହିଛି। ଯେପରିକି ପଦାର୍ଥ ବିଜ୍ଞାନ-୯୫%। ରାସାୟନିକ ବିଜ୍ଞାନ- ୯୪.୬ %। ଗଣିତରେ-୯୫.୨ %। ଅର୍ଥଶାସ୍ତ୍ର-୯୦.୫%। ଭୁଗୋଳ- ୯୨%। ରାଜନୀତି ବିଜ୍ଞାନ- ୯୧.୫% । ବାଣିଜ୍ୟ କଟ ଅଫରେ ୮୮.୬୭% ସହ ବିଜେବି କଲେଜ ଆଗରେ ରହିଛି। +୩ ନାମଲେଖା ପାଇଁ  ୨,୧୩,୯୫୯ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧ ,୫୮, ୫୪୦ ମନୋନୀତ ହୋଇଛନ୍ତି ।

ସାମ୍ସ ଇ-ଆଡମିସନ୍‌ ଜରିଆରେ ନାମଲେଖା ପ୍ରକ୍ରିୟା ଚାଲିଛି। ରାଜ୍ୟର ୧୦୨୯ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ମୋଟ ୨ ଲକ୍ଷ ୩୦ ହଜାର ୭୮ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଛନ୍ତି। ୨ ଲକ୍ଷ ୧୨ ହଜାର ୯୯୮ ବିଦ୍ୟାର୍ଥୀ ଆବେଦନ କରିଥିବାବେଳେ ୨ ଲକ୍ଷ ୧୧ ହଜାର ୬୮୦ ଛାତ୍ରଛାତ୍ରୀ ଦେୟ ପୈଠ କରିଛନ୍ତି। ସେପ୍ଟେମ୍ବର ୨୮ରୁ ଅକ୍ଟୋବର ପହିଲା ରାତି ୧୧ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀ ସାମ୍ସ ଆକାଉଣ୍ଟରେ ଅନ୍‌ଲାଇନ୍‌ରେ ନାମଲେଖା ଫି ଦାଖଲ କରିପାରିବେ। ସେପ୍ଟେମ୍ବର ୨୮ରୁ ଅକ୍ଟୋବର ପହିଲା ରାତି ୧୧ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀ ସାମ୍ସ ଆକାଉଣ୍ଟରେ ଅନ୍‌ଲାଇନ୍‌ରେ ନାମଲେଖା ଫି ଦାଖଲ କରିପାରିବେ।

- Advertisement -

୨୯ ତାରିଖରୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ନାମଲେଖା ସମ୍ବନ୍ଧୀୟ ସବିଶେଷ ତଥ୍ୟ ଅନ୍‌ଲାଇନ୍‌ରେ ଅପଡେଟ୍‌ ହେବ। ୩ ତାରିଖ ସନ୍ଧ୍ୟା ୫ଟାରେ କେତେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ସେ ସମ୍ବନ୍ଧର ତଥ୍ୟ ୱେବସାଇଟରେ ଉପଲବ୍ଧ ରହିବ। ୨୯ ସେପ୍ଟେମ୍ବରରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଉପର ପସନ୍ଦ କଲେଜରେ ଆବେଦନ କରିବା ପାଇଁ ଅନ୍‌ଲାଇନ୍‌ରେ ସ୍ଲାଇଡ୍‌ ଅପ୍‌ ଫର୍ମପୂରଣ କରିବାକୁ ପଡ଼ିବ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories