www.samajalive.in
Saturday, December 6, 2025
26.1 C
Bhubaneswar

ଦ୍ବିତୀୟ ଜାତୀୟ ​ଲୋକ ଅଦାଲତ: ୩୫ଟି ବୀମା ଅଭିଯୋଗ ଫଇସଲା, କ୍ଷତିପୂରଣ ପାଇଁ ଆଦାୟ ହେଲା ୨କୋଟି ୩୨ ଲକ୍ଷ ୯୧ହଜାର ଟଙ୍କା

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟ ଲିଗାଲ ସର୍ଭିସ ଅଧୀନରେ ଦ୍ବିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଦ୍ବିତୀୟ ଲୋକ ଅଦାଲତରେ ୩୫ଟି ବୀମା ରାଶି ପାଇବା ଦାବି ନେଇ ଅଭିଯୋଗକୁ ଫଇସଲା କରାଯାଇଥିଲା ଏବଂ କ୍ଷତିପୂରଣ ବାବଦରେ ୨କୋଟି ୩୨ ଲକ୍ଷ ୯୧ହଜାର ଟଙ୍କା ଆଦାୟ ହୋଇଥିଲା ବୋଲି ହାଇକୋର୍ଟ ଆଇନ ସେବା କମିଟି ସଚିବ ସୂଚନା ଦେଇଛନ୍ତି।

 

- Advertisement -

ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ମୁଖ୍ୟ ପାଟ୍ରନ ତଥା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ.ଜଷ୍ଟିସ ଏସ୍.ମୁରଲିଧର ଏବଂ ଓଡ଼ିଶା ହାଇକୋର୍ଟ ଆଇନ ସେବା କମିଟିର ଅଧ୍ୟକ୍ଷ ଜଷ୍ଟିସ ସି.ଆର.ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଦ୍ବିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍‌.କେ.ମିଶ୍ର, ଜଷ୍ଟିସ ସି.ଆର.ଦାଶ, ଜଷ୍ଟିସ ଏସ୍.କେ.ସାହୁ, ଜଷ୍ଟିସ ବି.ପି.ରାଉତରାୟ, ଜଷ୍ଟିସ ଏସ୍. ରଥୋ ଲୋକ ଅଦାଲତର ବିଭିନ୍ନ ବେଞ୍ଚରେ ଅଧ୍ୟକ୍ଷତା କରିଥିଲେ ବୋଲି ହାଇକୋର୍ଟ ଆଇନ ସେବା କମିଟି ସଚିବ ଜାରି କରିଥିବା ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories