www.samajalive.in
Sunday, December 7, 2025
13.1 C
Bhubaneswar

ନାବାଳିକା ଅପହରଣ ମାମଲାରେ ଦୁଇ ଗିରଫ, ଗାଡ଼ି ଜବତ

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅପହରଣ ନେଇ ଥାନାରେ ମାମଲା ରୁଜ୍ଜୁ ହେବା ପରେ ତିନି ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଛି ଅଡବା ପୁଲିସ।

ଘଟଣାରୁ ପ୍ରକାଶ, ଗତ ୮/୭ରେ ଅଡ଼ବା ଅଞ୍ଚଳର ଜଣେ ନାବାଳିକା ନିଜ ମାଉସୀ ସହ ବଜାରକୁ କୌଣସି କାମରେ ଆସିଥିବା ବେଳେ ସୁନ୍ଦରପୁର ଗ୍ରାମର ସାରୁଖାନ ପାଲ ଏକ ବୋଲେର ଗାଡି ଯୋଗେ ନାବାଳିକାଙ୍କୁ ଅପହରଣ କରିନେଇଥିଲେ । ଏନେଇ ନାବାଳିକାଙ୍କ ଆଇ ଅଡ଼ବା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ରଖି ତଦନ୍ତ ଆରମ୍ଭ କରି ରାୟଗଡ଼ା ଜିଲ୍ଲା ଗୁଡ଼ାରି ଥାନା ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଛି। ଏଥିରେ ବ୍ୟବହାର ହୋଇଥିବା ବୋଲେରୋ ଗାଡ଼ି ନଂ ଓଡିକ୍ଟ୭ ଏଫ ୬୫୭୬କୁ ଜବତ କରିବା ସହ ଚାଳକକୁ ମଧ୍ୟ ଗିରଫ କରିଛି। ପୁଲିସ ଏନେଇ ଅଡ଼ବା ଥାନା କେଶ ନଂ ୭୩/୨୧ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ନାବାଳିକାଙ୍କୁ ଡାକ୍ତରୀ ମାଇନ କରି ପରିବାରକୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ଆନନ୍ଦ ଚ଼ନ୍ଦ୍ର ପାତ୍ର କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories