www.samajalive.in
Monday, December 8, 2025
27.1 C
Bhubaneswar

ସଧବାଙ୍କୁ ମିଳୁଛି ବିଧବା ଭତ୍ତା

ସୀତାପୁର : ଉତ୍ତରପ୍ରଦେଶ ସରକାର ସଧବାଙ୍କୁ ଦେଉଛନ୍ତି ବିଧବା ଭତ୍ତା। ସୀତାପୁର ଜିଲାରେ ଏଭଳି ୨୨ଟି ମାମଲା ଧରାପଡ଼ିବା ପରେ ଜିଲାପାଳ ତଦନ୍ତ ନିର୍ଦେଶ ଦେଇଛନ୍ତି। ବତ୍ସଗଞ୍ଜ ଗ୍ରାମର ସନ୍ଦୀପ କୁମାର ନାମକ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଏକାଉଣ୍ଟରେ ୩ହଜାର ଟଙ୍କା ଜମା ହେବାର ମୋବାଇଲ ମେସେଜ୍‍ ଆସିବା ଦେଖିଥିଲେ। ଏହି ଟଙ୍କା କେଉଁଠୁ ଆସିଲା ଜାଣିବା ପାଇଁ ବ୍ୟାଙ୍କକୁ ଯାଇ ଅନୁସନ୍ଧାନ କରିଥିଲେ। ବିଧବା ଭତ୍ତା ବାବଦରେ ସରକାରଙ୍କଠାରୁ ଏହି ଟଙ୍କା ପତ୍ନୀଙ୍କ ଏକାଉଣ୍ଟରେ ଜମା ହୋଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଜଣାଇବା ପରେ ସେ ଚିନ୍ତାରେ ପଡ଼ିଥିଲେ। ଏ ସମ୍ପର୍କରେ ଅଧିକ ଅନୁସନ୍ଧାନ କରି ସେ ଜାଣିବାକୁ ପାଇଲେ ଯେ କେବଳ ତାଙ୍କ ପତ୍ନୀ ନୁହନ୍ତି; ତାଙ୍କ ଶାଶୂ ଓ ଶାଳୀଙ୍କୁ ମଧ୍ୟ ଏହି ଭତ୍ତା ମିଳିଛି; ଯଦିଓ ଶ୍ୱଶୁର ଓ ସଢ଼ୁ ଜୀବିତ ଅଛନ୍ତି। ଏ ନେଇ ସନ୍ଦୀପ ବ୍ୟାଙ୍କ ପରିଚାଳକଙ୍କ ନିକଟରେ ଅଭିଯୋଗ କରିଥିଲେ; କିନ୍ତୁ କିଛି ଫଳ ମିଳି ନ ଥିଲା। ପରେ ଏମିତି ବହୁ ମହିଳାଙ୍କ ସ୍ୱାମୀ ଜୀବିତ ଥାଇ ସୁଦ୍ଧା ସେମାନଙ୍କୁ ବିଧବା ଭତ୍ତା ମିଳୁଥିବା ସେ ଜାଣିବାକୁ ପାଇଥିଲେ। ପରେ ସେ ଏହି ମାମଲା ଜିଲାପାଳ ସୀତା ବର୍ମାଙ୍କ ନଜରକୁ ଆଣିଥିଲେ। ଜିଲାପାଳ ଏବେ ତଦନ୍ତ ନିର୍ଦେଶ ଦେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ବହୁ ଅଧିକ ସଧବା ଏମିତି ଭତ୍ତା ପାଉଥାଇପାରନ୍ତି ବୋଲି ସନ୍ଦେହ ପ୍ରକାଶ ପାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories