www.samajalive.in
Saturday, December 6, 2025
26.1 C
Bhubaneswar

ଏସିଆ କପ୍‌ ଭଳି ନୀତି ଆପଣାଇବାକୁ ପାକିସ୍ତାନ କ୍ରୀଡ଼ାମନ୍ତ୍ରୀଙ୍କ ଧମକ

ଇସ୍‌ଲାମାବାଦ୍‌  : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ -୨୦୨୩ ଭାରତରେ ଆସନ୍ତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଖେଳାଯିବ। ଏଥିପାଇଁ ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ମଧ୍ୟ ଘୋଷିତ ହୋଇସାରିଛି। କିନ୍ତୁ ଏପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟ ଦଳ ଭାରତ ଆସିବା ନେଇ ସ୍ପଷ୍ଟ ହୋଇନାହିଁ। ଭାରତ ଆସିବା ନେଇ ପାକିସ୍ତାନ କ୍ରିକେଟ ଦଳକୁ ସରକାରଙ୍କ ଅନୁମତି ମିଳି ନଥିବା ବେଳେ ଦେଶର କ୍ରୀଡ଼ାମନ୍ତ୍ରୀ ଏହସାନ ମଜାରୀଙ୍କ ବୟାନକୁ ନେଇ ଅଡୁଆ ବଢିଛି।
ପାକିସ୍ତାନର କ୍ରୀଡ଼ାମନ୍ତ୍ରୀ ଏହସାନ ମଜାରୀ କହିଛନ୍ତି ଯେ, ଯଦି ଭାରତ ଏସିଆ କପ୍‌ ଲାଗି ନିରପେକ୍ଷ ସ୍ଥାନ ଦାବି କରୁଛି ତେବେ ଆମେ ବିଶ୍ବକପ ପାଇଁ ଭାରତ ଯିବୁ ନାହିଁ। ଏହା ମୋର ବ୍ୟକ୍ତିଗତ ମତ। କାରଣ ପାକିସ୍ତାନ କ୍ରିକେଟ ବୋର୍ଡ ମୋର ମନ୍ତ୍ରାଳୟ ଅଧିନରେ ଅଛି। ଯଦି ଭାରତ ଏସିଆ କପ୍‌ ରେ ପାକିସ୍ତାନ ସହ ମ୍ୟାଚ ନିରପେକ୍ଷ ସ୍ଥାନରେ ମ୍ୟାଚ ଖେଳିବ ; ତେବେ ଆମେ ମଧ୍ୟ ବିଶ୍ବକପ ପାଇଁ ସମାନ ଦାବି କରିବୁ ବୋଲି ମାଜାରି କହିଛନ୍ତି। ଅହମ୍ମଦାବାଦରେ ଖେଳିବାରେ ଆମର କୌଣସି ଅସୁବିଧା ନାହିଁ। କିନ୍ତୁ ଏଥିପାଇଁ ଭାରତୀୟ ଦଳକୁ ପାକିସ୍ତାନ ଆସିବାକୁ ପଡିବ ବୋଲି ମାଜାରି କହିଛନ୍ତି। ବିଶ୍ବକପ ଖେଳିବାକୁ ଭାରତ ଗସ୍ତ ନିଷ୍ପତ୍ତି ଲାଗି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ୍‌ ସରିଫ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। କମିଟିରେ ବୈଦେଶିକ ମନ୍ତ୍ରୀ ବିଲୱାଲ ଭୁଟୋ ଅଧ୍ୟକ୍ଷ ରହିଥିବାବେଳେ କ୍ରୀଡ଼ାମନ୍ତ୍ରୀ ଏହସାନ ମଜାରୀ ,ମାରିୟାମ ଓ ଔରଙ୍ଗଜେବ୍‌, ଆସଦ ମହମ୍ମଦ, ଅମିନ ଉଲ୍‌ ହକ୍‌, କ୍ୟୁମାର ଜମାନ କାଇରା ଓ ପୂର୍ବତନ କୂଟନୈତିକ ତାରିକ ଫତିମ ପ୍ରମୁଖ ସଦସ୍ୟ ରହିଛନ୍ତି। ପିସିବିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜାକା ଆଶ୍ରଫ, ତାସିର ସଲମାନ ଉଚ୍ଚସ୍ତରୀୟ କମିଟି ଭାରତ ଗସ୍ତ ନେଇ ଆଇସିସି ଓ ବିସିସିଆଇ ସଦସ୍ୟଙ୍କ ସହିତ ଆଲୋଚନା କରି ତାରିଖ ନିର୍ଦ୍ଧାରଣ କରିବେ। ଉକ୍ତ କମିଟି ଭାରତ ଗସ୍ତ କରିବା ସହିତ ପାକିସ୍ତାନ ଖେଳିବାକୁ ଥିବା ଷ୍ଟାଡ଼ିୟମ, ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବେ। ଏହାଛଡ଼ା ଆଇସିସି ଓ ବିସିସିଆଇ ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ। କମିଟିର ରିପୋର୍ଟ ପରେ ପ୍ରଧାନମନ୍ତ୍ରୀ ସେହବାଜ୍‌ ସରିଫ ଚୂଡାନ୍ତ ନିଷ୍ପତ୍ତି ନେବେ। ପାକିସ୍ତାନ କ୍ରିକେଟ ଦଳ ଭାରତର ୫ଟି ସ୍ଥାନରେ ଲିଗ୍‌ ମ୍ୟାଚ ଖେଳିବା ନେଇ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି। ଉକ୍ତ ସ୍ଥାନ ଗୁଡ଼ିକ ମଧ୍ୟରୁ ଅହମ୍ମଦାବାଦ୍‌, ଚେନ୍ନଇ ଓ ବାଙ୍ଗାଲୋର ମ୍ୟାଚକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପିସିବି ପକ୍ଷରୁ ଆଇସିସିକୁ ଅନୁରୋଧ କରାଯାଇଥିଲା। ଉକ୍ତ ଅନୁରୋଧକୁ ଆଇସିସି ପ୍ରତ୍ୟାଖ୍ୟାନ କରିବା ପରେ ପାକିସ୍ତାନ ଅସନ୍ତୋଷ ଜାହିର କରିଛି। ଫଳରେ ପାକିସ୍ତାନ ବିଶ୍ବକପ ଖେଳିବା ପାଇଁ ଭାରତ ଆସିବା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories