www.samajalive.in
Friday, December 5, 2025
27.1 C
Bhubaneswar

କାଠଯୋଡ଼ିକୁ ଡେଇଁଲେ ଦୁଇ ଯୁବତୀ, ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଆଜି ଅପରାହ୍ନରେ କଟକ ତ୍ରିଶୁଳିଆ ପୋଲ ଉପରୁ ନଦୀ ମଧ୍ୟକୁ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଡେଇଁ ପଡିଥିବା ଦୁଇ ଯୁବତୀଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ନଦୀରେ ପାଣି କମ ଥିବାରୁ ଉଭୟ ମହିଳା ଅଳ୍ପ ଦୂର ଭାସି ଯାଇ ଏକ ବଡ ବୁଦାରେ ଅଟକି ଯାଇଥିଲେ। ଉଭୟ ସମ୍ପର୍କରେ ମା ଓ ଝିଅ ହୋଇଥିବା ପ୍ରାରମ୍ଭିକ ଭାବେ ସୂଚନା ମିଳୁଥିବା ବେଳେ ଏବେ ସେମାନେ ଦୁଇ ଯୁବତୀ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ସେମାନେ ଏକ ସ୍କୁଟିରେ ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ ବର୍ଷା ଆସୁଥିବାରୁ ପୋଲ ମଧ୍ୟ ଭାଗରେ ଗୋଟିଏ ପଟକୁ ସ୍କୁଟି ରଖି ପୋଲ ବାଢା ଉପରେ ଚଢି ନଦୀ ମଧ୍ୟକୁ ଡେଇଁ ପଡ଼ିଥିଲେ। ଉଭୟ କଟକ ସହରରେ ରହୁଥିବା କୁହାଯାଇଛି। ଉଭୟଙ୍କ ବୟସ ୨୫-୨୬ ମଧ୍ୟରେ ହେବ।

- Advertisement -

ଉଭୟଙ୍କୁ ସୁରକ୍ଷିତ ଉଦ୍ଧାର ପରେ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ନିଆଯାଇଛି। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ନିକଟସ୍ଥ ପୁଲିସ ଥାନାରେ ପଚାର ଉଚୁରା କରାଯିବ ବୋଲି ସୂଚନା ମିଳିଛି। ଇତି ମଧ୍ୟରେ ପୁଲିସ ପୋଲ ଉପରେ ଥିବା ସ୍କୁଟି ଜବତ କରିଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories