ଏଯାଏଁ ଫେରିନି ୭ ହଜାର କୋଟିର ୨ହଜାର ଟଙ୍କିଆ ନୋଟ୍
ଡେସ୍କ: ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରିବା ପରେ ଗତ ମେ’ ମାସ ସୁଦ୍ଧା ୯୭.୮୨% ନୋଟ ବ୍ୟାଙ୍କକୁ ଫେରିଥିବା ଜଣାପଡିଛି। ଲୋକମାନଙ୍କ ପାଖରେ ଏବେବି ୭ ହଜାର ୭୭୫ କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି। ସୂଚନା ଅନୁଯାୟୀ, ୨୦୨୩ ମେ’ ୧୯ରେ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟ ବନ୍ଦ କରିଥିଲେ ମଧ୍ୟ ସଚଳ ରଖିଥିଲେ।
ସୂଚନା ଅନୁଯାୟୀ, ସେହି ସମୟରେ ୩.୫୬ ଲକ୍ଷ କୋଟି ଟଙ୍କାର ୨ ହଜାର ପ୍ରଚଳନରେ ଥିଲା। ୨୦୨୩ ମେ’ ୧୯ରେ ୨ ହଜାର ଟଙ୍କିଆ ନୋଟ ପ୍ରଚଳନ ବନ୍ଦ କରାଯିବା ଏହାକୁ ବଦଳାଇବା କିମ୍ବା ଜମା କରିବାକୁ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା। ତେବେ ୨୦୨୪ ମେ’ ୩୧ ସୁଦ୍ଧା ୯୭.୮୨% ଦୁଇ ହଜାର ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରିଥିବା ବେଳେ ଲୋକଙ୍କ ପାଖରେ ୭ ହଜାର ୭୭୫ କୋଟି ଟଙ୍କାର ନୋଟ ରହିଛି।
Comments are closed.