www.samajalive.in
Monday, December 8, 2025
24.1 C
Bhubaneswar

  ୮ ଲକ୍ଷ ଟଙ୍କାର ମୋବାଇଲ ଜବତ; ୨ଡକାୟତ ଗିରଫ 

କେଶଦୁରାପାଳ :କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡରେ ଦିନ କୁ ଦିନ ଚୋରୀ ଡକାୟତି ବୃଦ୍ଧି ପାଉଥିବା ବେଳେ ଆଜି ଏକ ଡକାୟତି ଗ୍ୟାଙ୍ଗ ର ପର୍ଦ୍ଦାଫାସ ହୋଇଥିବା ଜଣାପଡ଼ିଛି  ଏଥି ସହିତ ୮ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଜବତ କରାଯାଇ ଥିବା ବେଳେ ୨ଡକାୟତ ଗିରଫ ହୋଇଛନ୍ତି ।
ଯାଜପୁର ଜିଲା କୋରେଇଁ  ଥାନା ଅଂଚଳର ରାଜକିଶୋର ଦାସ୍ (୩୦) ଓ ତାରିଣୀ ପ୍ରସାଦ ଦାସ (୩୦) ଏକ ପଲସର ବାଇକ ଯୋଗେ ଯାଉଥିବାବେଳେ ସଇଲଙ୍ଗ ଛକ ନିକଟରେ ଜଣେ ବ୍ୟକ୍ତିଙ୍କର ମୋବାଇଲ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ । ଭକ୍ତ ବ୍ୟକ୍ତିଙ୍କଠାରୁ ସୂଚନା ପାଇ  ଘସିପୁରା ପୁଲିସଘସିପୁରା ପୁଲିସ ସେହି ପଲସର ବାଇକ୍ କୁ ପିଛା କରି କାବୁ କରିଥିଲା।  ।ସେମାନଙ୍କ ଠାରୁ ୪୦ ଟି ମୋବାଇଲ, ଏକ ପଲସର ୨୨୦ ବାଇକ, ଏକ ଲଙ୍କା ଗୁଣ୍ଡ ପାକେଟ,  ଏକ ଛୁରା ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ଚଢ଼ଉ ରେ ଘସିପୁରା ପୁଲିସ୍ ସହଯୋଗ କରିଥିବା ବେଳେ ରାଜକିଶୋର ଦାସ୍ ଓ ତାରିଣୀ ପ୍ରସାଦ ଦାସଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories