www.samajalive.in
Tuesday, December 9, 2025
16.1 C
Bhubaneswar

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣା: ୨ ଅଭିଯୁକ୍ତ ଗିରଫ, କଟାମୁଣ୍ଡ ସହ ମାରଣାସ୍ତ୍ର ଜବତ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମେରାପଲ୍ଲୂ ପଂଚାୟତ ନିକଟସ୍ଥ ଭାଲିଆସାହି ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏହା ସହ ନଦୀ ପଠାରୁ କଟାମୁଣ୍ଡ ଓ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା କାତି ଲଟା ବୁଦାରୁ ପୁଲିସ ଜବତ କରିଛି।

ଘଟଣାରୁ ପ୍ରକାଶ ଉକ୍ତ ପଂଚାୟତର ଭାଲିଆସାହି ଗ୍ରାମର ଦାସୁ ମଳିକ (୬୫) ବିଭିନ୍ନ ଚେରମୂଳ ଔଷଧ ଦେଇ ରୋଗ ଭଲ କରୁଥିଲେ। କିନ୍ତୁ ବେଣୀପଦର ଗ୍ରାମର କିଛି ଅସାମାଜିକ ବ୍ୟକ୍ତି ସାନୁଜ ମଳିକ (୨୬) ଓ ନାବାଳକ ସରୋଜ ମଳିକ (୧୬) ତାଙ୍କୁ ଗୁଣି ସନ୍ଦେହରେ ମକାବାଡରେ ନିର୍ମମ ଭାବେ ହତ୍ୟା କରିଥିଲେ। ଗଣ୍ଡିରୁ ମୁଣ୍ଡ ଅଲଗା କରିବା ପରେ କଟାମୁଣ୍ଡକୁ ନିକଟସ୍ଥ ଏକ ନଦୀ ପଠାର ବାଲିରେ ପୋତି ଦେଇଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ କାତିଟିକୁ ମକାବାଡ ନିକଟ ଏକ ଲଟାବୁଦା ମଧ୍ୟରେ ଲୁଚାଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ମୋହନା ପୁଲିସ ଅଧିକାରୀ ସୁଜିତ କୁମାର ନାୟକ, ରା.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ଓ କର୍ମଚାରୀମାନେ ମିଳିତ ଭାବେ ଛାନଭୀନ କରିବା ପରେ ଗୁରୁବାର ସକାଳେ କଟାମୁଣ୍ଡ ଓ କାତି ଜବତ କରିବା ସହ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଶ୍ରୀ ମହାନ୍ତି ପ୍ରେସ ମିଟ୍ ଜରିଆରେ ମୋହନା ଥାନାରେ ସୂଚନା ପ୍ରଦାନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories